ବିରଜାକୃପା ସାହିତ୍ୟ ପରିବାରର ବାର୍ଷିକୋତ୍ସବ

ଯାଜପୁର ଟାଉନ: ବିରଜାକୃପା ସାହିତ୍ୟ ପରିବାର ଯାଜପୁରର ଚତୁର୍ଥ ବାର୍ଷିକ ଉତ୍ସବ କାର୍ଯ୍ୟକାରୀ ସଦସ୍ୟ ଭରତବନ୍ଧୁ ବିଶ୍ୱାଳଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ଉପଦେଷ୍ଟା ବିନୋଦିନୀ ଦାଶ, ସାହିତି୍ୟକ ଡ. ଚିତରଞ୍ଜନ ମହାନ୍ତି, ଅନନ୍ୟା ସାହିତ୍ୟ ସଂସଦର କେନ୍ଦୁଝରର ସମ୍ପାଦକ ଡ. ନାରାୟଣ ସେନାପତି ଯୋଗଦେଇ ବର୍ତମାନର ସାହିତ୍ୟରେ ବିଭିନ୍ନ ମାର୍ଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଭୁତି ଭୂଷଣ ମହାପାତ୍ର, ସୀତାଂଶୁ ଜେନା, ସୁଶ୍ରୀ ମନୀଷା ରାଉତ ପ୍ରମୁଖ ଉପସ୍ଥିତ ରହି କବିତାର ସଂଯୋଜନା କରିଥିଲେ । ଦ୍ୱିତୀୟ ଅଧିବେଶନରେ ସାହିତ୍ୟ ପରିବାରର ସଭାପତି ବିଦୁ୍ୟତପ୍ରଭା ମିଶ୍ରଙ୍କ ସଭପତିତ୍ୱରେ ଚଳଚିତ୍ର ନିଦେ୍ର୍ଦଶକ ଅଭିନେତା ନାରାୟଣ ପତି, ପ୍ରୀତିନନ୍ଦା ରାଉତରାୟ, ସମାଜସେବୀ ବରଦା ପ୍ରସାଦ ମହାପାତ୍ର, ଭାଗବତ ପ୍ରଚାରକ ପଣ୍ଡିତ ମଦନାନନ୍ଦ ସେଠ୍, ସବିତା ରାଣୀ ବେହେରା, ମନୋରମା ପଣ୍ଡା ମଂଚାସିନ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ସଭାପତିଙ୍କ ସ୍ୱାଗତ ଭାଷଣ ପରେ ସଂଗଠନର ସଂପାଦକ ପ୍ରମୋଦ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ବୈଦ୍ୟନାଥ ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବିଭିନ୍ନ ଜିଲ୍ଲାରୁ ଆସିଥିବା ସାହିତି୍ୟକ, ସମାଜସେବୀଙ୍କୁ ସାହିତ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିବାର ପକ୍ଷରୁ ଚଳିତ ବର୍ଷ ଇହଲୀଳା ସମ୍ବରଣ କରିଥିବା ଯାଜପୁରର ବିଶିଷ୍ଟ ସାହିତି୍ୟକ ସ୍ୱର୍ଗତ ନବକିଶୋର ପଣ୍ଡା ସ୍ମୃତିସମ୍ମାନ, ସ୍ୱର୍ଗତ ମହେନ୍ଦ୍ର ଜେନା ସ୍ମୃତିସମ୍ମାନ ଏବଂ ଜଗତସିଂହପୁରର ଦିବଂଗତ କବି ସ୍ୱର୍ଗତ ସଦାନନ୍ଦ ମଲ୍ଲିକ ସ୍ମୃତିସମ୍ମାନ ସମାଜରେ ବିଭିନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ପରିବାରର ଉପଦେଷ୍ଟା ବିଶେଶ୍ୱର ମାଝୀ ସଭା ପରି·ଳନା କରିଥିବା ବେଳେ ସହସମ୍ପାଦିକା ଅନୁପମା ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଗାୟତ୍ରୀ ଦାଶ, ସ୍ନେହଲତା ବିଶ୍ୱାଳ, ଶ୍ରୀକାନ୍ତ ବେହେରା, ସୌଦାଗର ବିଶ୍ୱାଳ, ଉମେଶ ଜେନା, ଚିନ୍ମୟୀ ଦାଶ, ଅନୁସୟା ମଲ୍ଲିକ, ସତ୍ୟରଞ୍ଜନ ସ୍ୱାଇଁ, ଶିଶିର ଜେନା, ପ୍ରଫୁଲ୍ଲ ସାହୁ ସରୋଜିନୀ ପତି, ଦାମୋଦର ନାୟକ, ପ୍ରତାପ ରୁଦ୍ର ପଣ୍ଡାଏବଂ ପରିବାରର ବହୁ ସଦସ୍ୟ/ସଦସ୍ୟା ସହଯୋଗ କରିଥିଲେ ।