ରହଣିଆ ହାଇସ୍କୁଲ ଅଚାନକ ପରିଦର୍ଶନ କଲେ ଜିଲ୍ଲାପାଳ
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକର ରହଣିଆ ଉଚ୍ଚ ବିଦ୍ୟାଳୟ ଅଚାନକ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଦିଲ୍ଲିପ କୁମାର ରାଉତରାଏ । ସୋମବାର ବ୍ଲକରେ ଅନୁଷ୍ଠିତ ଜନଶୁଣାଣି ସାରି ଅପରାହ୍ନ ୧.୫୦ମି. ସମୟରେ ରହଣିଆ ଉଚ୍ଚ ବିଦ୍ୟାଳୟରେ ପହଞ୍ଚôଥିଲେ । ମାତ୍ର ମଧ୍ୟନ୍ନ ଭୋଜନରେ ବ୍ୟସ୍ତଥିବାରୁ ତାଲା ପଡିଥିବା ବିଦ୍ୟାଳୟ ଫାଟକ ଖୋଲା ଯାଇ ପାରିନଥିଲା । କିଛି ସମୟ ଅପେକ୍ଷା ପରେ ଫାଟକ ଖୋଲାଯାଇଥିଲା ଓ ଜିଲ୍ଲାପାଳ ବିଦ୍ୟାଳୟ କାର୍ଯ୍ୟାଳୟକୁ ପ୍ରବେଶ କରି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉପସ୍ଥାନ ତନଖି କରିଥିଲେ । ପ୍ରଧାନଶିକ୍ଷକ ଓ ଅନ୍ୟ ୨ ଜଣ ଶିକ୍ଷକ ଅନୁପସ୍ଥିତ ଥିବା ଜାଣିବାକୁ ପାଇ ସେମାନଙ୍କ ଛୁଟି ଦରଖାସ୍ତ ଲୋଡିଥିଲେ । ସହକାରୀ ଶିକ୍ଷକ ୨ ଜଣଙ୍କ ଛୁଟି ଦରଖାସ୍ତ ଶିକ୍ଷକ ଉପସ୍ଥାନ ଖାତାରେ ଦରଜ କରାଯାଇନଥିବାରୁ ବିରକ୍ତି ପ୍ରକାଶ କରିଥିଲେ । ମାତ୍ର ପ୍ରଧାନଶିକ୍ଷକଙ୍କ ଛୁଟି ଦରଖାସ୍ତ ମିଳିନଥିଲା । ଏଥିପାଇଁ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଓ ନୋଟିସ କରିବାକୁ ବିଡିଓଙ୍କୁ ନିଦେ୍ର୍ଦଶ ଦେଇଥିଲେ । ବିଦ୍ୟାଳୟର ମଧ୍ୟାନ୍ନ ଭୋଜନ ତଦାରଖ କରିବା ସହ ଏକାଧିକ ଶ୍ରେଣୀକକ୍ଷକୁ ଯାଇ ଶିକ୍ଷାଦାନ ସମ୍ପର୍କରେ ପଚାରି ବୁଝିଥିଲେ ।