ତୁରନ୍ତ ଖୋଲୁ ରବି-ଧାନମଣ୍ଡି
ରାଜକନିକା, : ରାଜକନିକା ବ୍ଲକ ହାଟସାହି ପ୍ରାଥମିକ କୃଷି ସମବାୟ ସମିତିରେ ରବି-ଧାନମଣ୍ଡି ଖୋଲିବାକୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଆଜି ରାଜକନିକା ବିଡିଓଙ୍କ ମଧ୍ୟରେ ହାଟସାହି ଗ୍ରାମପଞ୍ଚାୟତର ଚାଷୀମାନେ ଲିଖିତ ଦାବିପତ୍ର ଜଣାଇଛନ୍ତି । ତେବେ ଚଳିତ ବର୍ଷ ହାଟସାହି ଗ୍ରାମପଞ୍ଚାୟତର ବାଟରପଡା, ମୁଗଡିହ, ଗୋପୀନାଥପୁର, ହାଟସାହି, ଚୌଧୁରୀଡିହ ଗାଁର ଶହ ଶହ ଚାଷୀମାନେ ଡାଳୁଅ ଧାନ ଚାଷକରିଛନ୍ତି । କିନ୍ତୁ ଉତ୍ପାଦିତ ଧନକୁ ବିକ୍ରି କରିବାକୁ ହାଟସାହି ପଞ୍ଚାୟତରେ ରବି ଧାନମଣ୍ଡି ନାହିଁ ତେଣୁ ସେମାନେ ଧର୍ଯ୍ୟ ହୋଇଥିବା ସରକାରୀ ଧାନର ମୂଲ୍ୟରେ ବିକ୍ରି କରିବାରେ ଅସମର୍ଥ ହେଉଥିବାରୁ ବହୁତ ଖେତୀସହିବାକୁ ପଡିବ ତେଣୁ ହାଟସାହି ପଞ୍ଚାୟତରେ ଡାଳୁଅ ଧାନ ଚାଷ କରିଥିବା ଚାଷୀମାନେ ଆଜି କେନ୍ଦ୍ରାପଡା ଜିଲ୍ଲାପାଳ ମୋହଦୟଙ୍କୁ ସେମାନଙ୍କର ଦୁଃଖ ରାଜକନିକା ବିଡିଓ କୈଳାଶ ଚନ୍ଦ୍ର ମହାଳିକଙ୍କ ମଧ୍ୟରେ ଜଣାଇଛନ୍ତି ତେବେ ଜିଲ୍ଲାପାଳ ମୋହଦୟ ଚାଷୀମାନଙ୍କର ଦୁଃଖ ବୁଝିବେ ବୋଲି ବିଶ୍ୱାସ ଓ ଭରସା ଅଛି ବୋଲି ଚାଷୀମାନେ କହିଛନ୍ତି । ତେବେ ହାଟସାହି ପଞ୍ଚାୟତର ଚାଷୀମାନେ ହେଲେ ବନମାଳୀ ବେହୁରିଆ, ସୁଧାଂଶୁ ଶେଖର ବେହୁରିଆ, ଭରତ ଚନ୍ଦ୍ର ବେହୁରିଆ, ସୁଜିତ କୁମାର ବେହୁରିଆ, ଆଦିକନ୍ଦ ବେହୁରିଆ, ନଗେନ୍ଦ୍ର ବେହୁରିଆ, ଜଗନ୍ନାଥ ବେହୁରିଆ, ଶ୍ରୀକ୍ଷେତ୍ର ବେହୁରିଆ, ସୁବାଷ ଚନ୍ଦ୍ର ବେହୁରିଆ, ନିମଇଁ ଚରଣ ବେହୁରିଆ ପ୍ରମୁଖ ଚାଷୀମାନେ ଲିଖିତ ଦାବିପତ୍ର ଦେଇଥିବା ଦେଖିବାକୁ ମିଳିଥିଲା ।