ଶିକ୍ଷକ ମହାସଂଘ ପକ୍ଷରୁ ବିଦାୟୀ ସମ୍ବର୍ଦ୍ଧନା
ନୀଳଗିରି : ରବିବାର ନୀଳଗିରି ଗୁରୁକୁଳ ଶିକ୍ଷକଭବନ ପରିସରରେ ତିନିଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ଉଦେ୍ଦଶ୍ୟରେ ଏକ ବିଦାୟୀ ସମ୍ବର୍ଦ୍ଧନା ଉସôବ ପାଳିତ ହୋଇଯାଇଛି । ନୀଳଗିରି ବ୍ଲକ ନିୟମିତ ପ୍ରାଥମିକ (ଏକ୍ସ କ୍ୟାଡ଼ର) ଶିକ୍ଷକ ମହାସଂଘ ତରଫରୁ ଏକ ସମ୍ବର୍ଦ୍ଧନା ଉସôବ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ସଭାପତି ଅକ୍ଷୟ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଦାୟୀ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ସହକାରୀ ବ୍ଲକ୍ ଶିକ୍ଷାଧିକାରୀ ଲମ୍ବୋଦର ସିଂ, ମୁଖ୍ୟବକ୍ତା ଭାବେ ସଂଘର ପୂର୍ବତନ ରାଜ୍ୟ ସଭାପତି ତଥା ବର୍ତ୍ତମାନର ଜିଲ୍ଲା ସଭାପତି ଶରତ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ଏକ୍ସ୍ କ୍ୟାଡ଼ର କୋଷାଧ୍ୟକ୍ଷ ଏବଂ ସାଂଗଠନିକ ସମ୍ପାଦକ ବିରେନ୍ଦ୍ର ପତି, ବ୍ଲକ୍ ଏକ୍ସ କ୍ୟାଡ଼ର ସଂଘର ସମ୍ପାଦକ ରତିକାନ୍ତ ବେହେରା ମଞ୍ଚାସୀନ ରହି ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହିତ ଜଣେ ଶୃଙ୍ଖଳିତ ଶିକ୍ଷକ କିପରି ସମାଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ତାହା ଉପରେ ବିସ୍ତୃତ ଦିଗଦର୍ଶନ ଦେଇଥିଲେ । ପ୍ରଥମେ ବିଦାୟୀ ଶିକ୍ଷକ ମନୋରଞ୍ଜନ ଦାସ, ସନାତନ ପୃଷ୍ଟି ଏବଂ ଶିକ୍ଷୟତ୍ରୀ ସରସ୍ୱତୀ ତ୍ରିପାଠୀଙ୍କୁ ମହାସଂଘ ତରଫରୁ ପୁଷ୍ପଗୁଚ୍ଛ ସହିତ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ବିଦାୟୀ ଶିକ୍ଷକ/ଶିକ୍ଷୟତ୍ରୀ ସେମାନଙ୍କର ଶିକ୍ଷକତା ଜୀବନୀ ସମ୍ପର୍କରେ ସମ୍ୟକ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।