ରାଜନୀତିରୁ ବିଦାୟ ନେଲେ ଦିଲ୍ଲୀ ବିଧାନସଭା ବାଚସ୍ପତି

 ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟିର ବରିଷ୍ଠ ବିଧାୟକ ତଥା ଦିଲ୍ଲୀ ବିଧାନସଭାର ବାଚସ୍ପତି ରାମ ନିବାସ ଗୋଏଲ ରାଜନୀତିରୁ ସନ୍ୟାସ ନେଇଛନ୍ତି । ବାର୍ଦ୍ଧକ୍ୟ ବସତଃ କାରଣରୁ ସେ ରାଜନୀତିରୁ ଦୂରେଇ ଯାଇଥିବା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ଚିଠି ଲେଖି ଜଣାଇଛନ୍ତି । ରାଜନୀତି ନ କଲେ ମଧ୍ୟ ମୁଁ ସବୁବେଳେ ଦଳ ସହିତ ଅଛି ଓ ଦଳର ସେବା କରୁଥିବି ବୋଲି ସେ ଉଲ୍ଲେଖ କରିଛନ୍ତି । ଗୋଏଲଙ୍କ ଏହି ଘୋଷଣା ପରେ ଅରବିନ୍ଦ କେଜ୍ରିୱାଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରୁ । ଗୋଏଲ ସାହେବ ଆମ ପରିବାରର ଅଭିଭାବକ ଥିଲେ ଏବଂ ରହିବେ । ତେବେ ନିର୍ବାଚନ ପୂର୍ବରୁ ବରିଷ୍ଠ ନେତାଙ୍କ ଏଭଳି ଇସ୍ତଫାକୁ ନେଇ ଆଗାମୀ ଦିନରେ ଦଳ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି କୁହାଯାଉଛି ।