ବାଣପୁରରେ ଖୋଲିବ ଶୀତଳଭଣ୍ଡାର 

 ବାଣପୁର : ବାଣପୁର  ଅଞ୍ଚଳ ଚାଷୀଙ୍କ ପାଇଁ ଖୁସି ଖବର । ଚାଷୀଙ୍କ ଉତ୍ପାଦିତ ଖାଦ୍ୟ ଶସ୍ୟର ରପ୍ତାନି ବୃଦ୍ଧି ସହ ସେମାନଙ୍କ ଆର୍ଥିକ ସ୍ଥିତିର ଉନ୍ନତି ପାଇଁ ବାଣପୁରରେ ଏକ ଶୀତଳ ଭଣ୍ଡାର ଖୋଲିବା ପାଇଁ ବାଣପୁର ପଂଚାୟତ ସମିତି ସାଧାରଣ ବୈଠକରେ ନିଷ୍ପତି ହୋଇଥିବା ଜଣାଯାଇଛି । ବୈଠକରେ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ଶିକ୍ଷା ସ୍ୱାସ୍ଥ୍ୟ କୃଷି ଜଳ ଯୋଗାଣ ମାଛ ଚାଷ ଗ୍ରାମ୍ୟ ଉନ୍ନୟନ ଜଳ ସେଚନ ମନରେଗା ଓ ବ୍ଲକ୍ର ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଆଳୁ ଉତ୍ପାଦନରେ ରାଜ୍ୟକୁ ସ୍ୱାବଲମ୍ବୀ କରିବା ପାଇଁ ଚାଷୀଙ୍କୁ ତାଲିମ ପ୍ରଦାନ କରି ଆଳୁ ଚାଷ ନିମନ୍ତେ ଆଗାମୀ ୧୫ଦିନ ମଧ୍ୟରେ ବ୍ଲୁ-ପ୍ରିଣ୍ଟ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ହରିଚନ୍ଦନ ନିଦେ୍ର୍ଦଶ ଦେଇଥିଲେ । ବୈଠକରେ ବ୍ଲକ୍ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବିଡିଓ ଶୀତଳ ଅଗ୍ରୱାଲ ତହସିଲଦାର ଟି ପଦ୍ମନାଭ ଦୋରା ପ୍ରମୁକ ଯୋଗ ଦେଇଥିଲେ ।