ବିନା ସୂଚନା ଫଳକରେ ବିଦ୍ୟାଳୟ ଗୃହ ନିର୍ମାଣ : ନିମ୍ନମାନର କାର୍ଯ୍ୟ, ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ

 ଦାନଗଦୀ : ଗୋଟେ ପଟେ ସୂଚନା ଫଳକ ନାହିଁ ତ ଅନ୍ୟପଟେ କାର୍ଯ୍ୟ ନିମ୍ନମାନର କରାଯାଉଛି । ତା ପୁଣି ଭବିଷ୍ୟତ ଗଢା ହେଉଥିବା ଶିକ୍ଷାନୁଷ୍ଠାନ ଗୃହ ନିର୍ମାଣରେ । ଦାନଗଦୀ ବ୍ଲକ ଶାଳୀଜଙ୍ଗା ପଞ୍ଚାୟତ ଶାଳୀଜଙ୍ଗା ଗାଁରେ ଥିବା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ନିର୍ମାଣ ଚାଲିଛି । ଅନେକ ପଞ୍ଚାୟତ ପରି ଏଠାରେ ଚାଲିଥିବା ବିଦ୍ୟାଳୟ ଗୃହ ନିର୍ମାଣ ଆରମ୍ଭରୁ ସୂଚନା ଫଳକ ଲଗାଯିବା କଥା । ହେଲେ ଏଠାକାର ବିଦ୍ୟାଳୟ ଗୃହ ନିର୍ମାଣ କରୁଥିବା ସୂଚନା ଫଳକ ଲଗାଇବାକୁ ଆଗ୍ରହ ଦେଖାଇ ନାହାନ୍ତି । ଏଣୁ ଗୃହ ନିର୍ମାଣ କେଉଁ ଯୋଜନାରେ ହେଉଛି, ଅନୁଦାନ ଅର୍ଥ କେତେ ଲକ୍ଷ ନାଁ କୋଟି ତାହା ଅଞ୍ଚଳବାସୀଙ୍କୁ ଜାଣିବା ସମ୍ଭବ ପର ହୋଇନି । କିନ୍ତୁ କୁହାଯାଉଛି କି ଉକ୍ତ ବିଦ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ଡ଼ିଏମଏଫିରୁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଛି । ଅର୍ଥ କେଉଁଠୁ ଆସିଲା, ତାହା ଯେତିକି ସମସ୍ତଙ୍କ ଜାଣିବା ଅଧିକାର ରହିଛି, ନିର୍ମାଣ ନିୟମରେ କାର୍ଯ୍ୟ କରାଯିବାଟା ମଧ୍ୟ ଉଚିତ୍ । ହେଲେ ଏଠି ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଠିକାଦାର କାର୍ଯ୍ୟ ଆରମ୍ଭରୁ ନିମ୍ନମାନର କରୁଥିବାର ଅଭିଯୋଗ ହେଉଛି । ସିମେଣ୍ଟ, ରଡ ଓ କାମରେ ବ୍ୟବହାର କରୁଥିବା ସର୍ବସାଧାରଣରେ ପକ୍ଷରୁ ଅଭିଯୋଗ ହେଉଛି । ସମସ୍ତ ପିଲର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଲୁହାଛଡ଼ ୧୬ ଜାଗାରେ ୧୨ ଇଞ୍ଚର ଲାଗୁଛି । ସେହିପରି ଯେଉଁଠି ୧୨ ଇଞ୍ଚ ଲଗାଇବା ବଦଳରେ ୧୦ ଲାଗୁଛି । ଚିପ୍ସ ମିଶାଇ ତଳ ଢ଼ଳେଇ ଦୁର୍ବଳ ଭାବେ କରାଯାଉଥିବାର ହେଉଛି ଅଭିଯୋଗ । ଏହି କାରଣରରୁ ଏଠାକୁ ବିଭାଗୀୟ ଯନ୍ତ୍ରୀ ଆସୁନଥିବାରୁ ଜଣାପଡୁଛି । ଯାହା ଫଳରେ ଠିକାଦାର ମନଇଚ୍ଛା କାର୍ଯ୍ୟ କରୁଛନ୍ତି । ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନକୁ ଚଳୁ କରିବାକୁ ନିମ୍ନମାନର କାର୍ଯ୍ୟ କରାଯାଉଥିବା ଭଳି ଅଭିଯୋଗ ହେଉଛି । ସରକାର ଓ ପ୍ରଶାସନର ଉକ୍ତ ଶ୍ରେଣୀ ଗୃହକାର୍ଯ୍ୟର ତଦନ୍ତ କରି ପଦକ୍ଷେପ ନେବକୁ ଗ୍ରାମବାସୀ ଦାବି କରିଛନ୍ତି ।