ଓଭରବ୍ରିଜ୍ ଉପରେ ଜଳିଗଲା କାର୍ 

ଓଭରବ୍ରିଜ୍ ଉପରେ ଜଳିଗଲା କାର୍ 

ଦାନଗଦୀ: କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ମାନପୁର ଓଭରବ୍ରିଜ ଉପରେ ଜଳିଗଲା କାର୍ । ଫଳରେ ସଂପୃକ୍ତ ରାସ୍ତାର ଉଭୟପାଶ୍ୱର୍ରେ ଅଟକି ଗଲେ ଶହଶହ ଗାଡ଼ିମୋଟର । କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥିତ ମାନପୁର ଓଭର ବ୍ରିଜ ଉପରେ ବସ ଧକ୍କା ଦେଲା ପରେ କାରଟି ଜଳିଯାଇଥିଲା । ଆଜି ସକାଳ ସମୟରେ ଏଭଳି ଘଟଣା ଘଟିଥିଲା । ମାନପୁର ଓଭର ବ୍ରିଜରେ ଯିବା ସମୟରେ ବସଟି କାରଟିକୁ ପଛ ପଟୁ ଧକ୍କା ଦେବା ଫଳରେ ସର୍ଟ ସର୍କିଟ ହୋଇ ନିଆଁ ଲାଗିଯାଇଥିଲା । ଦାନଗଦୀ ଦମକଳ ବାହିନୀ ସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲା । ଫଳରେ ପାଞ୍ଚଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଉଭୟ ପାର୍ଶ୍ୱ ଯାମ ହୋଇ ରହିଥିଲା । ଯାମକୁ ଦୃଷ୍ଟିରେ ଦେଖି ଦାନଗଦୀ ଫାଣ୍ଡି ପୁଲିସ ପହଞ୍ଚି ଜଳନ୍ତା କାରକୁ ଉଦ୍ଧାର କରିଥିଲା ଏବଂ ଯାତାୟାତ ସ୍ୱାଭାବିକ ହୋଇଥିଲା ।