ଲଉଡି ଖେଳ ପ୍ରତିଯୋଗିତା
ନିଆଳି : ନିଆଳି ପୋଖରୀଗାଁ ପଞ୍ଚାୟତ ରାଣୀପଡା ଗ୍ରାମରେ ବିଶାଳ ଲଉଡି ଖେଳ ପ୍ରତିଯୋଗିତା ପ୍ରତିଷ୍ଠିତ ହୋଇଯାଇଛି । ପ୍ରଫୁଲ୍ଲ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରଦୀପ୍ତ ରଗଡ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ତି୍ରଲୋଚନା ବେହେରା, ଧ୍ରୁବ ଚରଣ ଦାସ, ନିରଞ୍ଜନ ମହାଲିଆ, ପ୍ରତାପ ଦାସ, ମଙ୍ଗୁଳି ଦାସ, ରମେଶ ଦାସ, କରୁଣାକର ଦାସ, ଅଭୟ ଦାସ, ମନୋଜ ବେହେରା, ସଞ୍ଜୟ ଦାସ, ଲୋକନାଥ ମାଣିଆ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ପ୍ରତିଯୋଗିତାରେ ୧୬ଟି ଦଳ ଭାଗ ନେଇଥିବା ବେଳେ ପ୍ରଥମ ସ୍ଥାନ ଅଧିକାରୀ କରିଥିଲା ବରେଇକଣା, ଦ୍ୱିତୀୟ ସ୍ଥାନ ଭୁବନେଶ୍ୱର, ତୃତୀୟ ସ୍ଥାନ ଯୁଗ୍ମ ବିଜେତା ବାଘମରା ଓ ମହଙ୍ଗପଡା, ଜଜ୍ ଭାବେ ରୋହିତ କାଠୁଆ, ଷୋଳଟି ଦଳରୁ ଚାରି ଜଣଙ୍କୁ ଚୟନ କରିଥିଲେ । ଏହି ୪ଟି ଦଳକୁ ଅତିଥିମାନେ ଟ୍ରଫି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସୁମିତ୍ ଦାସ, ଅନ୍ତର୍ଯ୍ୟାମୀ ମଲ୍ଲ, ବାବୁରାମ ଦାସ, ସମୀର ଦାସ, କୁମରମଣୀ ଦାସ ସିମିତ ସହଯୋଗ କରିଥିଲେ ।