ରାଜ୍ୟ ମୁକ୍ତ ବିଦ୍ୟାଳୟ ଦଶମ ପରୀକ୍ଷା ଆରମ୍ଭ
ଆସିକା : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଚଳିତ ବର୍ଷର ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଯାଇଛି । ଆସିକା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷୟିତ୍ରୀ ତଥା ପରୀକ୍ଷା ଅଧିକ୍ଷକ ମିନତୀ ପାତ୍ରଙ୍କ ନେତୃତ୍ୱରେ ପ୍ରଧାନ ଶିକ୍ଷକ ନାରାୟଣ ମହାପାତ୍ର ପରୀକ୍ଷା ନିରୀକ୍ଷକ ଭାବେ ଦାୟିତ୍ୱ ତୁଲାଇଥିଲେ । ଆସିକା ବ୍ଲକର ମୋଟ ୨୧୩ ବିଦ୍ୟାର୍ଥୀ ଫର୍ମ ପୂରଣ କରିଥିବାବେଳେ ଆଜି ପ୍ରଥମ ଦିନରେ ୨୦୭ ଜଣ ପରୀକ୍ଷା ଦେଇଥିଲେ । ଆଉ ୬ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ଏହି ପରୀକ୍ଷାକୁ ବାଳିକା ଉଚ୍ଚ ବିଦ୍ୟାଳୟର ବାଣିଶ୍ରୀ ପଣ୍ଡା, ନମିତା ପାଣି, ଲକ୍ଷ୍ମୀ ଦାସ, ଇନ୍ଦିରା ଦାସ, ପ୍ରଶାନ୍ତ କୁମାର ପାଣି, ପଦ୍ମାବତୀ ଦୋରା, ପି. ରୋଜା, ସୁଶ୍ରୀ ପ୍ରିୟମ୍ବଦା ସମେତ ବାହାର ବିଦ୍ୟାଳୟର ୮ ଜଣ ଶିକ୍ଷକଶିକ୍ଷୟତ୍ରୀ ଉପସ୍ଥିତ ରହି ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ ।