ଅନ୍ତର୍ଜାତୀୟ ଯୁବ ଦିବସ
ଆସିକା: ଆସିକା ବ୍ଲକ ସ୍ଥିତ କେନ୍ଦୁପଦର ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀଙ୍କ ଅଧ୍ୟକ୍ଷତାରେ ଯୁବ ରେଡକ୍ରସ ଦ୍ୱାରା ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଉକ୍ତ ଦିବସର ମହତ୍ତ୍ୱ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଉପସ୍ଥିତ ଥିବା ଯୁବ ସ୍ୱେଚ୍ଛାସେବୀ, ସ୍ୱେଚ୍ଛାସେବିନୀଙ୍କୁ ଯୁବ ଶକ୍ତି ଓ ସମ୍ଭାବନା ବିଷୟରେ ବାର୍ତ୍ତା ପ୍ରଦାନ କରିଛନ୍ତି । ସୁଶ୍ରୀ ଶୁଭଶ୍ରୀ ସାହୁ ନିଜର ବକ୍ତବ୍ୟ ରଖି ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପକ ଅଭିଷେକ ବେହେରା, ଆଲୋକ ପ୍ରଧାନ, ଉପେନ୍ଦ୍ର ମାଝୀ, ଡ଼.ଜୀବନ କୃଷ୍ଣ ଦାସ, ଅଜିତ୍ କୁମାର ପଟ୍ଟନାୟକ, ଅଜିତ୍ କୁମାର ମହାପାତ୍ର , ବିକାଶ ଦିଗାଲ, ଉଦିତ ନାରାୟଣ ଦାସ, ରଘୁନାଥ ପ୍ରଧାନ, ସଚିନ ଜେନା, ଅଧ୍ୟାପିକା ସ୍ୱପ୍ନାରାଣି ପଟ୍ଟନାୟକ, ସଂଗୀତା ପଟ୍ଟନାୟକ, ଅର୍ପିତା ପ୍ରିୟଦର୍ଶିନୀ, ଜସ୍ମିନୀ କୁମାରୀ ନାୟକ, କିରଣ ଡାକୁଆ, ସୁଜାତା ଟେଟେ, ରାଜେଶ୍ୱରୀ ରଥ, କେ.ସ୍ମିତା. ପାତ୍ର, ସୁଚିସ୍ମିତା ପଟ୍ଟନାୟକ, ଶୁଭଶ୍ରୀ ସାହୁ, ଯାଜ୍ଞସେନି ପ୍ରଧାନ ଆଦି ପ୍ରମୁଖ ଉପସ୍ଥିତ ଥିଲେ ।