ରାଜ୍ୟରେ ସପ୍ତାହେ ପର୍ଯ୍ୟନ୍ତ ନାହିଁ ବର୍ଷାର ଭୟ
ଭୁବନେଶ୍ୱର : ରାଜ୍ୟରେ ସାତ ଦିନ ପର୍ଯ୍ୟନ୍ତ ବର୍ଷାର ଭୟ ନାହିଁ । ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ଲଘୁଚାପ ଅବପାତର ରୂପ ନେଇଛି । ଅଧିକ ଘନୀଭୂତ ହୋଇ ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ । ପରବର୍ତ୍ତି ସମୟରେ ଅବପାତ ୨୪ ଘଣ୍ଟାରେ ବାତ୍ୟାରେ ପରିଣତ ହେବ । ଶ୍ରୀଲଙ୍କା ପାଖରେ ଥିବା ସିଷ୍ଟମ ଅବପାତରେ ପରିଣତ ହେବ । ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡିଶା ଉପରେ ପଡ଼ିବନି । କିଛି ସ୍ଥାନରେ ମେଘୁଆ ପାଗ ଦେଖାଯିବା ସହ ଶୀତର ପ୍ରଭାବ ସାମାନ୍ୟ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।