ଲଣ୍ଡା ହେଲେ ବାବୁସାନ୍ : ବିସର୍ଜନ କଲେ ଅସ୍ଥି

ଲଣ୍ଡା ହେଲେ ବାବୁସାନ୍ :  ବିସର୍ଜନ କଲେ ଅସ୍ଥି

 ଓଲିଉଡ୍ ଅଭିନେତା ବାବୁସାନ୍ ମହାନ୍ତି ଲଣ୍ଡା ହେଲେ । ସିନେମା ସୁଟିଂ ପାଇଁ ବାପା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ପରେ ସେ ଲଣ୍ଡା ହୋଇନଥିଲେ । ଆଜି ମହୋଦଧିରେ ବାପାଙ୍କ ଅସ୍ଥି ବିସର୍ଜନ ସହ ଲଣ୍ଡା ହୋଇଛନ୍ତି ଅଭିନେତା ବାବୁସାନ୍ । ବାପାଙ୍କ ମୃତ୍ୟୁ ପରେ ଲଣ୍ଡା ହୋଇନଥିବାରୁ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା ।

ଶେଷରେ ସେ ସୁଟିଂ ପରେ ଲଣ୍ଡା ହେବାକୁ ନେଇ ପ୍ରତିକ୍ରିୟାରେ ବାବୁସାନ୍  କହିଥିଲେ । ତେବେ ଚଳିତବର୍ଷ ଫେବୃଆରି ୨୭ ତାରିଖରେ ମାତ୍ର ୬୭ ବର୍ଷ ବୟସରେ ଆଖି ବୁଜିଥିଲେ ଏଭରଗ୍ରୀନ ଷ୍ଟାର୍ ତଥା ବାବୁସାନଙ୍କ ବାପା ଉତ୍ତମ ମହାନ୍ତି । ଦିଲ୍ଲୀ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦୁନିଆକୁ ଅଲବିଦା କହିଥିଲେ ଓଲିଉଡ୍ ଇଣ୍ଡଷ୍ଟ୍ରୀର ଭେଟେରାନ୍ ଅଭିନେତା । ତାଙ୍କ ପରଲୋକରେ ସାରା ଓଡ଼ିଶାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।