କାକଟପୁରରେ ୨ ଦିନରେ ଦୁଇ ସାବାଳିକା ଉଦ୍ଧାର
କାକଟପୁର : ପୁରୀ ଏସପିଙ୍କ ତ୍ୱରିତ ତତ୍ତ୍ୱାବଧାନରେ ଓ କାକଟପୁର ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ନିଦେ୍ର୍ଦଶରେ, କାକଟପୁର ପୁଲିସ୍ ଦୁଇ ଦିନରେ ଦୁଇଜଣ ସାବାଳିକାଙ୍କୁ ଉଧାର କରିବାରେ ସଫଳ ହୋଇଛି । କାକଟପୁର ଥାନା ଅନ୍ତର୍ଗତ ଜଳେଶ୍ୱରପଡା ଗ୍ରାମର ଜଣେ ସାବାଳିକାକୁ ପାରାଦ୍ୱୀପ ଆଦର୍ଶ ଥାନା ଅଞ୍ଚଳରୁ ଉଧାର କରାଯାଇଛି । ସେହିପରି ଜଗତସିଂହପୁର ଜିଲ୍ଲା, ବାଲିକୁଦା ଥାନା ଅନ୍ତର୍ଗତ ତରାସାହି ଗ୍ରାମର ଜଣେ ସାବାଳିକାକୁ ପୁରୀରୁ ଉଧାର କରାଯାଇଛି । ପରିବାର ପକ୍ଷରୁ ଅଭିଯୋଗ ପରେ କାକଟପୁର ପୁଲିସ ତ୍ୱରିତ ପଦକ୍ଷେପ ନେଇ ସାବାଳିକା ଦ୍ୱୟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି । ନୂତନ ଭାବେ ଯୋଗ ଦେଇଥିବା ଆଇଆଇସି ଏଭଳି ତ୍ୱରିତ କାର୍ଯ୍ୟ ପାଇଁ ସାଧାରଣରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ।