ରାଜ୍ୟସ୍ତରୀୟ ସ୍କୁଲ ଚେସ୍ ଶ୍ରଦ୍ଧା ସ୍ମରଣିକା ଚାମ୍ପିଅନ

 କଟକ : ପ୍ରତିଭାବାନ କଟକ ସିଡ଼ିଏ ଡିଏଭି ସ୍କୁଲର ଛାତ୍ରୀ ଶ୍ରଦ୍ଧା ସ୍ମରଣିକା ନନ୍ଦ ସ୍ଥାନୀୟ ତି୍ରଶୂଳିଆ ଛକସ୍ଥିତ ସେରିମୋନିୟମ ମଣ୍ଡପଠାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଏସଆର ଦିନିକିଆ ରାପିଡ଼୍ ରାଜ୍ୟସ୍ତରୀୟ ସ୍କୁଲ ଚେସ୍ରେ ଚାମ୍ପିଅନ ହୋଇଛନ୍ତି । ଅନ୍ତର୍ଜାତୀୟ ଚେସ୍ ଦିବସ ଉପଲକ୍ଷେ ରାଜ୍ୟର ଅଗ୍ରଣୀ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ଏସ୍ଆର୍ ଚେସ୍ ସେଣ୍ଟର ଓ କ୍ରୀଡ଼ା ସଂଗଠନ ଡି. ୱେଟ୍ବିୱରବର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୧୭ଟି ଜିଲ୍ଲାରୁ ୩୦ ଜଣ ଅନ୍ତର୍ଜାତୀୟ ରେଟେଡ୍ ଖେଳାଳିଙ୍କ ସହ ପ୍ରାୟ ୧୯୦ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ  । ଭୁବନେଶ୍ୱର ସିଏସ୍ ପୁର ଡିଏଭି ସ୍କୁଲର ଓମ୍ ସ୍ୱରୂପ ପାଢ଼ୀ ସମାନ ୬.୫ ପଏଣ୍ଟ ସହ ରନର୍ସ ହୋଇଥିବାବେଳେ ତୃତୀୟ ସ୍ଥାନରେ ଓଡ଼ିଏମ୍ ପବ୍ଲିକ ସ୍କୁଲର ସାୟାଂଶ ଦାସ, ଚତୁର୍ଥରେ ଆୟାଶା ମହାନ୍ତି, ପଞ୍ଚମରେ ଆଦଭିକ୍ ଆଦିତ୍ୟ ସ୍ୱାଇଁ, ଷଷ୍ଠରେ ସତ୍ୟମ ସ୍ୱରୂପ ସାହୁ, ସପ୍ତମରେ ଲଳିତ ରଞ୍ଜନ ସାହୁ (ସମସ୍ତ ୬ ପଏଣ୍ଟ), ୫ମରେ ରୋହିତ ମଲ୍ଲିକ, ୯ମରେ ଜିତେଶ ସାମଲ, ୧୩ତମରେ ରେୟାଂଶ ସାମଲ, ୧୪ ତମରେ ଇଶାନି ଦାଶ ଓ ୧୫ତମ ସ୍ଥାନରେ ଆରୁଷ ମିଶ୍ର ୫.୫ ପଏଣ୍ଟ ସହ ରହିଥିଲେ  । ସେହିପରି ପାଞ୍ଚ ବର୍ଷରୁ କମ୍ରେ ମୀର୍ଜା ବେଗ, ଶନଭି ହୁଦା, ୬ ବର୍ଷରୁ କମରେ ଅଭିନକ୍ ସାହୁ, ୭ ବର୍ଷରୁ କମ୍ରେ ଶିଭନଜିତ  ଶାସମଲ, ଅର୍ନଭୀ ପଣ୍ଡା, ୯ ବର୍ଷରୁ କମ୍ରେ ରେୟାଂଶ ମଲ୍ଲିକ, ସ୍ନେହସ୍ମିତା ଦାଶ, ୧୧ ବର୍ଷରୁ କମ୍ରେ ଭି. ଭରଦ୍ୱାଜ ଏବଂ ରିଧିମା ପ୍ରଧାନ, ୧୩ ବର୍ଷରୁ କମ୍ରେ ରୁଦ୍ରପ୍ରତାପ ମିଶ୍ର ଓ ତାନଭି ମିଶ୍ର ଶ୍ରେଷ୍ଠ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ  । ଏସ୍ଆର୍ ଚେସର ସଭାପତି ସୁଭାଶିଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ବିଶିଷ୍ଟ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ତଥା ଅର୍ଥନୀତିଜ୍ଞ ସିଏ ରାଜାନାରାୟଣ ତି୍ରପାଠୀ ଓ ପୂର୍ବତନ ରାଜ୍ୟ ଚେସ୍ ସଂଘର ଆବାହକ କମିଟିର ଅଧ୍ୟକ୍ଷ ଅସିତ୍ ମୁଖାର୍ଝୀ ପ୍ରଦୀପ ପ୍ରଜ୍ୱଳନ କରି ଚେସ୍ ବୋର୍ଡ଼ରେ ପ୍ରଥମ ଚାଲ୍ ଚଳାଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ  । ସେହିପରି ସନ୍ଧ୍ୟାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟର ପ୍ରଥମ ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ ମୁଖ୍ୟଅତିଥି ଭାବେ ଯୋଗଦେି କୃତି ଶ୍ରେଷ୍ଠ ୧୫ ଜଣ ଖେଳାଳିଙ୍କୁ ୨୦ ହଜାର ଟଙ୍କା ଅର୍ଥ ପୁରସ୍କାର ସହ ମୋଟ ୬୫ ଜଣଙ୍କୁ ବିଭିନ୍ନ ବୟସର ଗ୍ରୁପରେ ଆକର୍ଷଣୀୟ ଟ୍ରଫି ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଏସଆର ଚେସ୍ ସେଣ୍ଟରର ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ ମଞ୍ଚ ପରିଚାଳନା କରିବା ସହ ସ୍ୱାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ ।