ରାଧାକୃଷ୍ଣ ମୂର୍ତ୍ତି ସଂସ୍ଥାପିତ
ପୁରୀ: ୱାଟର ୱାକ୍ସ ରୋଡ୍ ସ୍ଥିତ ଶ୍ରୀରାମ ମନ୍ଦିରରେ ଯଜ୍ଞ ଆହୁତି ପୂର୍ବକ ରାଧାକୃଷ୍ଣଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇଛି । ପୂର୍ବରୁ ପ୍ରଭୁ ରାମଚନ୍ଦ୍ର, ଭ୍ରାତା ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କ ସହ ହନୁମାନ ମୂର୍ତ୍ତି ପୂଜା ପାଉଥିବାବେଳେ ମନ୍ଦିର ପରିସରରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ସ୍ଥାପନା ଦ୍ୱାରା ଏହି ମନ୍ଦିରର ଗାରିମା ବୃଦ୍ଧି ପାଇଛି । ଏହି ଅବସରରେ ମନ୍ଦିରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ପୂର୍ବରୁ ରାଧାକୃଷ୍ଣଙ୍କ ପିତଳ ମୂର୍ତ୍ତି ପ୍ରତୀକ ଭାବେ ରହିଥିବା ବେଳେ ମାର୍ବଲ ପଥରରେ ନିର୍ମିତ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ସଂସ୍ଥାପନ କରାଯାଇଛି । ଏହି ଯଜ୍ଞାନୁଷ୍ଠାନରେ ପୁରୋହିତ କାର୍ଯ୍ୟ ପ୍ରଶାନ୍ତ ଆଚାର୍ଯ୍ୟ ଓ ଶ୍ରୀନିବାସ ପଣ୍ଡା ସମ୍ପାଦନ କରିଥିବାବେଳେ କର୍ତ୍ତା ଓ କର୍ତ୍ତୀ ଭାବେ ବିଭୂଦତ୍ତ ତ୍ରିପାଠୀ ଓ ସୁପ୍ରିୟା ତ୍ରିପାଠୀ ଉପସ୍ଥିତ ଥିଲେ । ଏହି ଅବସରରେ ଗିରୀଶ ନାୟକ, ପ୍ରଶାନ୍ତ ସାହୁ, ରାମପ୍ରକାଶ ସେନାପତି, ନିରଞ୍ଜନ ରଥ, ଦତ୍ତାତ୍ରେୟ ଶତପଥୀ, ସଚ୍ଚୀକାନ୍ତ ଶତପଥୀ ପ୍ରମୁଖ ଯୋଗଦେଇଥିଲେ ।