ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉସôବ ପାଇଁ ବୈଠକ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉସôବ ଅପ୍ରେଲ ମାସ ୧୨ ତାରିଖ ଦିନ ଗରାପୁରସ୍ଥିତ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଟ୍ରଷ୍ଟର ଏହି ବାର୍ଷୀକ ଉସôବକୁ ପ୍ରତିବର୍ଷ ପରି ନିଆରା ଢଙ୍ଗରେ ପାଳନ କରାଯିବ । ପ୍ରତିଷ୍ଠିତ ଡାକ୍ତର ଙ୍କ ଦ୍ୱରା ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ । ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରି ଅବସର ଗ୍ରହଣ କରିଥିବା ଆଦର୍ଶ ଶିକ୍ଷକ ମାନଙ୍କୁ "ଭିନ୍ନ ଏକ ବିଶ୍ୱକର୍ମା" କାର୍ଯ୍ୟକ୍ରମ ଜରିଆରେ ସମ୍ମାନିତ କରାଯିବ । ଶିକ୍ଷା ବିଭାଗରେ ସଂସ୍କାର ଆଣିବା ଉଦେଶ୍ୟରେ ସାମାଜିକ ନାଟକ "ଛାଟ ନାହିଁ ତ ପାଠ ନାହିଁ" ନାଟକ ମଂଚସ୍ଥ କରାଯିବ । ଅଲୌକିକ ପ୍ରତିଭା ସଂପନ୍ନ ବିସ୍ମୟ ବାଳକକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମୃତୁ୍ୟ ପରେ ବି ଅମର ରହିବାର ବାର୍ତା ନେଇ ଅଙ୍ଗଦାନ,ଚକ୍ଷୁଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଟ୍ରଷ୍ଟର ବାର୍ଷିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଆଗନ୍ତୁକ ମାନଙ୍କ ପାଇଁ ତୁଳସୀକ୍ଷେତ୍ରର ଟଙ୍କ ତୋରାଣୀ ପରିବେଷଣ କରାଯିବ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ବାର୍ଷିକ ଉସôବରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଜିଲ୍ଲାର ଏକ ଟଙ୍କିଆ କ୍ଲିନିକ୍ ର ଡାକ୍ତର ଭାବେ ପ୍ରସିଦ୍ଧ ବୁର୍ଲାମେଡିକାଲ ର ସହକାରୀ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ,ମୁଖ୍ୟ ବକ୍ତା ଭାବେ ପରିବେଶବିତ୍ ଅନୀଲ ଧୀର,ସମ୍ମାନିତ ଅତିଥିଭାବେ ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦର ସହ ନିଦେ୍ର୍ଦଶକ ଡକ୍ଟର ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା, ହରିହରକ୍ଷେତ୍ର ମାହାଳ ର ଦେବଦାସୀ ଯଶୋଦା ମା,ଶୃତିପୁର ଆଶ୍ରମର ମହନ୍ତ ବ୍ରହ୍ମଚାରୀ ସ୍ୱରୁପ ଚୈତନ୍ୟ,ଗରାପୁର ଆଶ୍ରମର ମହନ୍ତ ଚେତନାନନନ୍ଦ ଦାସ ମହାରାଜ,ହିମ୍ମତ୍ ୈନିକ ଖବର କାଗଜ ର ପ୍ରତିଷ୍ଠାତା କମଳାକାନ୍ତ ଦାସ ଯୋଗଦାନ କରିବେ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କାର୍ଯ୍ୟକକ୍ରମରେ ସାରା ରାଜ୍ୟର କୋଣ ଅନୁକୋଣରୁ ଟ୍ରଷ୍ଟର ସଦସ୍ୟ, ଶୁଭେଚ୍ଛୁମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଆପଣ ମାନଙ୍କୁ ସାଦରେ ସ୍ୱାଗତ ଓ ଉପସ୍ଥିତି ପାଇଁ ଟ୍ରଷ୍ଟ ର ସଂସ୍କୃତି ବିଭାଗୀୟ ଅଧିକାରୀ ସଞ୍ଜୀବ କୁମାର ତରାଇ ଅନୁରୋଧ କରିଛନ୍ତି ।