ଶ୍ରୀରାମ ନବମୀ ପାଳିତ

ତାଳଚେର : ରାମନବମୀ ହିନ୍ଦୁମାନଙ୍କର ଏକ ପବିତ୍ର ପର୍ବ । ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଚନ୍ଦ୍ର ତ୍ରେତୟା ଯୁଗରେ ଚୈତ୍ରମାସ ଶୁକ୍ଳପକ୍ଷ ନବମୀ ତିଥିରେ ଜନ୍ମଗ୍ରହଣ କରିଥିଲେ  । ସେଥିପାଇଁ ପୁରୁଷତୋମ ରାମଚନ୍ଦ୍ରଙ୍କ ଜନ୍ମଦିନକୁ ରାମନବମୀ ଭାବେ ସମଗ୍ର ଭାରତବର୍ଷରେ ଅତି ଆଡମ୍ବର ସହକାରେ ଏବଂ ଏବଂ ଭକ୍ତିର ସହିତ ଏହି ଉସôବକୁ ପାଳନ କରାଯାଏ  । ଏହି ଅବସରରେ ତାଳଚେର ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ରାମମନ୍ଦିର ଗୁଡିକରେ ଏହି ଉସôବ ପାଳନ କରାଯାଉଥିବାର ଦେଖାଯାଇଛି । ତାଳଚେର ଟାଉନ ପଞ୍ଚମୁଖୀ ନିକଟସ୍ଥ ରାଜା ରାଜୁଡା ଅମଳରୁ ନିର୍ମିତ ରାମମନ୍ଦିରରେ ଆଜି ଭକ୍ତଙ୍କ ଭିଡ ଦେଖାଯାଇଥିଲା । କିଛି କିଛି ସ୍ଥାନମାନଙ୍କରେ ମର୍ଯ୍ୟଦା ପୁରୁଷ ଶ୍ରୀ ରାମଙ୍କ ପାରାୟଣ ଗାଥା, ପ୍ରବଚନ ଇତ୍ୟାଦି ଭକ୍ତମାନେ ଶ୍ରବଣ କରିବା ସହ ଖେଚୁଡି, ପୁରୀ, ଖିରୀ ଇତ୍ୟାଦି ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।