ନିଯୁକ୍ତି ମେଳାରେ ଛାତ୍ରୀ ଯୋଗ୍ୟ ବିବେଚିତ

 ବାଲିଚନ୍ଦ୍ରପୁର : ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସହଯୋଗ ଏବଂ ଯାଜପୁର ଜିଲା ପ୍ରଶାସନ ଆୟୋଜନରେ ଏନ୍ସି କଲେଜ ଯାଜପୁରରେ ଆୟୋଜିତ ନିଯୁକ୍ତି ମେଳାରେ ବାଲିଚନ୍ଦ୍ରପୁର ସାହାସପୁର କଲେଜ +୩ କଳା ବିଭାଗର ୫ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ବିଶ୍ୱଜିତା ନାୟକ, ବେବିନା ସାମଲ, ଶୁଭଶ୍ରୀ ଧଳ ଓ ପ୍ରୀତିଶ୍ରୀ ସାହୁ ସଫଳତାର ସହ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆସନ୍ତାକାଲି ଅର୍ଥାତ ୨୪ତାରିଖ ଠାରୁ ସେମାନେ ରାଜ୍ୟ ଦକ୍ଷତାବିକାଶ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଖୋର୍ଦ୍ଧାର ବ୍ଲାକ ପାନ୍ଥର ଇନିଷ୍ଟିଚୁ୍ୟଟ ଠାରେ ଜେନେରାଲ ଡୁ୍ୟଟି ଆଟେନଡ଼ାଂଟ ଭାବେ ୧୦୫ ଦିନର ତାଲିମ ଗ୍ରହଣ କରିବେ । ଏହାପରେ ସେମାନଙ୍କୁ ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ ହସ୍ପିଟାଲରେ ନିଯୁକ୍ତି ମିଳିବ । ନିଯୁକ୍ତି ମେଳାରେ ଅଂଶଗ୍ରହଣ ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସରୋଜ ରଞ୍ଜନ ଜେନା ଛାତ୍ରୀମାନଙ୍କୁ ପ୍ରେରିତ କରିବା ସହ ସମାଜବିଜ୍ଞାନ ବିଭାଗର ଅଧ୍ୟାପକ ଡକ୍ଟର ଜୟଦେବ ଶତପଥୀ ପ୍ରତ୍ୟକ୍ଷ ଭାବେ ସେମାନଙ୍କୁ ପ୍ରସ୍ତୁତ କରାଇ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରାଇଥିଲେ । ନିଯୁକ୍ତି ପାଇଥିବା ଛାତ୍ରୀମାନେ ଆଜି ଅଧ୍ୟକ୍ଷ ପ୍ରଫେସର ଜେନା ଓ ଡକ୍ଟର ଶତପଥୀଙ୍କୁ ସାକ୍ଷାତ କରି କୃତଜ୍ଞତା ଜଣାଇଥିଲେ ।