ଓଭର ବ୍ରିଜରେ ଓଲଟିଲା ଟ୍ରକ
ଦାନଗଦୀ: କଳିଙ୍ଗନଗର ଶିଳ୍ପାଞ୍ଚଳରେ ଟ୍ରାଫିକ ଯାମ ସହ ରାସ୍ତାଘାଟ ଭାଙ୍ଗି ରୁଜି ବିପର୍ଯ୍ୟସ୍ତ ହୋଇ ଯାଇଥିବାରୁ ଦୈନିକ ବାରମ୍ବାର ଦୁର୍ଘଟଣା ମାନ ଘଟୁଛି । ଆଜି ମଧ୍ୟାହ୍ନ ସମୟରେ ଏକ ୧୨ ଚକିଆ ଭାରୀ ଯାନ ମାନପୁର ଓଭର ବ୍ରିଜରୁ ଗଡୁଥିବା ବେଳେ, ବ୍ରିଜର ଶେଷ ମୁଣ୍ଡରେ ଓଲଟି ପଡିଥିଲା । ଦୁର୍ଘଟଣା ପରେ ଟ୍ରକ ଚାଳକ ଗୁରୁତର ହୋଇ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତୀ ହୋଇଛନ୍ତି । ସୂଚନା ଥାଉକି ଏହି ଏକ ପାଖିଆ ଓଭର ବ୍ରିଜଟି ନିମ୍ନମାନର ହୋଇଥିବାରୁ ଯେତେ ମରାମତି କଲେ ସୁଦ୍ଧା ବାରମ୍ବାର ପିଚୁ ଉଠି ରାସ୍ତାରେ ଗାଡ଼ ହୋଇଯାଉଛି । ଯାହାଫଳରେ ଗାଡି ଗୁଡିକ ଭାରସ୍ୟାମ ହରାଇ ଦୁର୍ଘଟଣା ଗ୍ରସ୍ତ ହେଉଛି ।