‘ମା’ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ
ଆନନ୍ଦପୁର : ଘଷିପୁରା ବ୍ଲକ ଖଲଣା ପଞ୍ଚାୟତ ଅନ୍ତର୍ଗତ ଆଗର୍ଦା ଗ୍ରାମର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଷରରେ ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶିଶୁ ମନ୍ଦିରର ଟ୍ରଷ୍ଟି ପୂର୍ଣ୍ଣମାସୀ ମହାରଣାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମକୁ ଶିଶୁ ମନ୍ଦିର ପ୍ରଧାନଆଚାର୍ଯ୍ୟା ପ୍ରେମଲତା ସାହୁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ଖଲଣା ସରପଞ୍ଚ ଯୋସ୍ନାରାଣୀ ନାଏକ, ଅବସରପ୍ରାପ୍ତ ଶିକ୍ଷକ ଗୋପାଳ ଚରଣ ପରିଡା, ସାମାଜିକ କର୍ମୀ ବିପିନ ବିହାରୀ ମାଝୀ ଯୋଗ ଦେଇଥିଲେ । ଅତିଥିମାନେ ବିଭିନ୍ନ ପ୍ରଜାତିର ଚାରାରୋପଣ କରିଥିଲେ । କାର୍ଯ୍ୟକ୍ରମରେ ଶିଶୁ ମନ୍ଦିରର ଟ୍ରଷ୍ଟି ବୋର୍ଡ ସଦସ୍ୟ ବାସୁଦେବ ସାହୁ, ସହକାରୀ ପ୍ରଧାନଆଚାର୍ଯ୍ୟା ମିଲାନିସ୍ମିତା ନାୟକ, ଆଚାର୍ଯ୍ୟ ଦୁଷ୍ମନ୍ତ ପାଗଡ଼, ପୁଷ୍ପାଞ୍ଜଳି ନାୟକ, ଲକ୍ଷ୍ମୀପ୍ରିୟା ବେହେରା, ଅନିତା ଓଝା, ସ୍ମୃତିଶ୍ରୀ ରାଉତ, ସସ୍ମିତା ପରିଡ଼ା ଏବଂ କର୍ମଚାରୀ ଲୀଳାବତୀ ସାହୁ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣରେ ସହଯୋଗ କରିଥିଲେ ।