ବିକାଶ ରଥ ସଚେତନତା କାର୍ଯ୍ୟକ୍ରମ
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନ ନଗର ପଂଚାୟତରେ ରାଜ୍ୟ ବିଜେପି ସରକାରଙ୍କ ଶାସନର ୧ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ରଥ ପରିକ୍ରମା ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ବନୋଜ ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀ, ସମିତି ସଭ୍ୟ ମାନସ ମଳିକ, ପିଇଓ ଅଲେଖ ପ୍ରଧାନ, ବ୍ଲକ ସହକାରୀଯନ୍ତ୍ରୀ ପ୍ରସନ୍ନ ରାଉତ, ସିଆରସିସି ରଞ୍ଜନ ସାହୁ, ବିଏସଏସଓ ସୁଧାଂଶୁ ପ୍ରଧାନ, ବିପିଏମ ସୁଧାଂଶୁ ଜେନା, ଅଙ୍ଗନବାଡି କର୍ମୀ ସାବିତ୍ରୀ ମିଶ୍ର ଓ ଆରତୀ ନାୟକ, ସମାଜସେବୀ ଶଶିକାନ୍ତ ପଣ୍ଡା, ସ୍ୱାଗତ ଦାସ ଓ ପ୍ରିୟଙ୍କା ଶତପଥୀ ପ୍ରମୁଖ ବହୁ ସରକାରୀ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ରାସନ, ଅନ୍ତୋଦୟ, ଭତ୍ତା, ଆୟୁଷ୍ମାନ କାର୍ଡ ବଣ୍ଟନ କରିଥିେ । ସେହିପରି ଦୋଷିଆ ଓ ବିଲିକଣା ପଞ୍ଚାୟତରେ ବିକାଶ ରଥ ପରିକ୍ରମା ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।