ରାଷ୍ଟ୍ରୀୟ ଲୋକ ଅଦାଲତ

 ଜୟପୁର: ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିଦେ୍ର୍ଦଶକ୍ରମେ ଚଳିତ ଡ଼ିସେମ୍ବର ୧୪ତାରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ,ଜୟପୁର ସମେତ କୋରାପୁଟ, କୋଟପାଡ, ବୋରିଗୁମ୍ମା, ସେମିଲିଗୁଡା, ଦଶମନ୍ତପୁର, ଲମତାପୁଟ ଏବଂ ଲକ୍ଷ୍ମୀପୁର ବ୍ଲକରେ ଥିବା ସମସ୍ତ କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି  । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ  ସମସ୍ତ ପ୍ରକାରର ବିଚାରାଧିନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ ସାଲିସ ଯୋଗ୍ୟ  ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ , ବ୍ୟାଙ୍କ ଋଣ , ବିଦୁ୍ୟତ ଓ ଜଳ ଯୋଗାଣ , ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ଓ ନିଯୁକ୍ତି ବିବାଦ, ଚେକ ବାଉନ୍ସ, ରାଜସ୍ୱ, ଖାଉଟି ବିବାଦ,ଜମି ଅଧିଗ୍ରହଣ, ଚାକିରି ସମନ୍ଧୀୟ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ ହେଉଅଛି । କେବଳ ବିଚାରାଧିନ ମକଦ୍ଦମା ନୁହେଁ , ପ୍ରାକ-ମକଦ୍ଦମା ସ୍ତରୀୟ କଚେରୀରେ ଦାୟର ହୋଇନଥିବା ବିବାଦର ମଧ୍ୟ ଲୋକ ଅଦାଲତରେ ସମାଧାନ ହୋଇପାରିବ । ତେଣୁ ଏହି ଲୋକ ଅଦାଲତ ମାଧ୍ୟମରେ ହେଉଥିବା ଉପରକ୍ତ ବିଷୟ ଜଡିତ ସମସ୍ତ ମକଦ୍ଦମାର ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ନିକଟସ୍ତ ଅଦାଲତରେ କାର୍ଯ୍ୟରତ ଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ବା ଜିଲ୍ଲାର ୭ ଗୋଟି ତାଲୁକା ଲିଗାଲ ଆଇନ ସେବା କାର୍ଯ୍ୟାଳୟ ସହ ତୁରନ୍ତ ଯୋଗାଯୋଗ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନିବେଦନ କରିଛନ୍ତି ।