୧୮ରେ ଅନିଲ ହଂସିତା ଗିରଫ ମାମଲାର ହେବ ଶୁଣାଣି
ହାଇ ପ୍ରୋଫାଇଲ ଠକ ଦମ୍ପତି ଅନିଲ ହଂସିତା ଗିରଫ ମାମଲା । ଆସନ୍ତା ୧୮ତାରିଖରେ ଉଭୟଙ୍କ ଜାମିନ ଆବେଦନର ହେବ ଶୁଣାଣି । ଇଊଔ କୋର୍ଟ -୨ରେ ହେବ ଶୁଣାଣି । ହଂସିତାଙ୍କ ଭାଇଙ୍କ ଦେହ ଅସୁସ୍ଥ ଥିବା ଦର୍ଶାଇ ହଂସିତାଙ୍କ ଅନ୍ତରିଣ ଜାମିନ ପାଇଁ ଆଜି କୋର୍ଟରେ ଆବେଦନ କରିଛନ୍ତି ହଂସିତାଙ୍କ ଓକିଲ । ସେପଟେ ଆୟକର ବିଭାଗ ଝାରପଡା ଜେଲରେ ହଂସିତା ଏବଂ ଅନିଲଙ୍କୁ ଜେରା କରିବ । ଉଭୟ ଜେଲରେ ଥିବାବେଳେ ଗୁରୁବାର ଜାମିନ ଆବେଦନର ଶୁଣାଣି କରିବେ ଏଡିଜେ-୨ କୋର୍ଟ । ବିଭିନ୍ନ ଲୋକଙ୍କୁ ଠକେଇ ଅଭିଯୋଗରେ କମିଶନରେଟ୍ ପୋଲିସ ହାତରେ ବନ୍ଧା ହୋଇଥିଲେ ହାଇ ପ୍ରୋଫାଇଲ ଠକ ହଂସିତା ଏବଂ ତାଙ୍କ ସହଯୋଗୀ । ତେବେ ହଂସିତା ଗିରଫ ପରେ ଖୋଲିଥିଲା ଅନେକ ଗୁମର । ସେପଟେ ହଂସିତା ଓ ଅନୀଲଙ୍କ କଳା ସାମ୍ରାଜ୍ୟର ତଦନ୍ତ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିବ ବୋଲି ସୂଚନା ମିଳିଛି । ଏନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ଇଡି ।