ସାମାଜିକ କର୍ମୀଙ୍କୁ ଆକ୍ରମଣ ଘଟଣା : ତଦନ୍ତ ନିଦେ୍ର୍ଦଶ ଦେଲେ ଏଡିଜି

 ଯାଜପୁର : ଦିବା ଲୋକରେ ସାମାଜିକ କର୍ମୀ ବିଶ୍ୱନାଥ ପାତ୍ରଙ୍କୁ ଆକ୍ରମଣ ଘଟଣାରେ ନିରପେକ୍ଷ ତଦନ୍ତ ଦେଇଛନ୍ତି ଏଡ଼ିଜି । ବିଶ୍ୱନାଥ ଓଡିଶା ସୂଚନା ଅଧିକାର ଅଭିଯାନ ଏବଂ କିଛି ସାମାଜିକ କର୍ମିଙ୍କ ସହଯୋଗରେ ପୁଲିସ ଡିଜିଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ଉକ୍ତ ଘଟଣାର ନିରୋପେକ୍ଷ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କେନ୍ଦ୍ରାଞ୍ଚ ଆଇଜିଙ୍କୁ ନିଦେ୍ର୍ଦଶ ଦେଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯାଜପୁର ଜିଲ୍ଳା ସୁକିନ୍ଦା ବ୍ଲକ ମୂଳଖମ୍ବ ଗାଁର ସାମାଜିକ କର୍ମି ବିଶ୍ୱନାଥଏକ ଘର ଦୁର୍ନୀତିର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଜୁନ ୩୦ରେ ସୁକିନ୍ଦା ବ୍ଲକକୁ ଯାଉଥିବା ବେଳେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ନିଦେ୍ର୍ଦଶରେ ସୁକିନ୍ଦା ବ୍ଲକ ବିଜେଡି ସଭାପତି ବିବେକାନନ୍ଦ ବୋଷ ଏବଂ ଅନ୍ୟ କିଛି ବ୍ୟକ୍ତି ଆକ୍ରମଣ କରିଥିବା ସମ୍ପର୍କରେ ସୁକିନ୍ଦା ଥାନା ୧୬୧/୨୫ରେ ମାମଲା ରୁଜୁ ହୋଇ ଡ଼ିଏସପି ରତିକାନ୍ତ ଗିରି ଘଟଣା ସ୍ଥଳ ଆସି ତଦନ୍ତ କରିଥିଲେ । ବିଶ୍ୱନାଥ ସୁକିନ୍ଦା ଥାନା ଠାରୁ ଯାଜପୁର ଏସପି ହ୍ୟୁମାନ ରାଇଟ୍ସ କମିଶନଙ୍କ ଦ୍ୱାରସ୍ତ ହୋଇ ନ୍ୟାୟ ଅପେକ୍ଷାରେ ରହି ଜୁଲାଇ ୯ତାରିଖରେ ଭୀମ ଆର୍ମି ସଂଗଠନର ଏକ ବୈଠକରେ ଭୁବନେଶ୍ୱରରେ ଥିବା ବେଳେ ବିଶ୍ୱନାଥଙ୍କ ନାଁରେ ଏକ ମାମଲା ରୁଜୁ କରିବାକୁ ପୂର୍ବତନ ମନ୍ତ୍ରୀ ସୁକିନ୍ଦା ବ୍ଲକର ଏକାଧିକ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ଜଣେ ମହିଳାଙ୍କୁ ଆୟୁଧ କରି ଏକ ମିଥ୍ୟା ମାମଲା ରୁଜୁ କରାଯାଇଛି ।