ଜନ୍ମାଷ୍ଟମୀ ଓ ନନେ୍ଦାତ୍ସବ ପ୍ରସ୍ତୁତି ବୈଠକ
ାା ପ୍ରଭାନୁ୍ୟଜ ।ା କବାଟବନ୍ଧ: ଧର୍ମଶାଳା ବ୍ଲକ ଅନ୍ତର୍ଗତ ତାଳଜଙ୍ଗ ପଞ୍ଚାୟତ ରାମପୁର କଇଥା ସ୍ଥିତ ରାଧା କୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଆଗାମୀ ଜନ୍ମାଷ୍ଟମୀ ଓ ନନେ୍ଦାତ୍ସବ ପାଳନ କରାଯିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଦବ ମହାସଭାର ସଭାପତି ରଘୁନାଥ ବେହେରାଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ କରାଯାଇଥିଲା । ବୈଠକରେ ଧର୍ମଶାଳା ବ୍ଲକ ଯାଦବ ମହାସଭାର ଯୁଗ୍ମ ସମ୍ପାଦକ ଭରତ ଚନ୍ଦ୍ର ଦାଶ ରସୁଲପୁର ବ୍ଲକ ସମ୍ପାଦକ ଅଜୟ କୁମାର ଦାସ, ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ.କୁଶଚନ୍ଦ୍ର ପ୍ରଧାନ ଓ ବ୍ଲକର ଅନେକ ଯାଦବ ସଂଘର ସଦସ୍ୟ ଆଲୋଚନାରେ ଭାଗ ନେଇଥିଲେ । ବୈଠକରେ ବୃକ୍ଷ ରୋପଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ରାଧାକୃଷ୍ଣ ବେଶରେ ନୃତ୍ୟ ପରିବେଷଣ, ଲଉଡ଼ି ଖେଳ, ପରିବେଷଣ କରାଜିବା ଶହିତ ଜନ୍ମାଷ୍ଟମୀ ଓ ନନେ୍ଦାତ୍ସବ ବିଧି ଅନୁଯାୟୀ ପାଳନ କରାଯିବା ପାଇଁ ସ୍ଥିରୀକୃତ କରାଯାଇଛି । ବୈଠକରେ ବାବୁଧର ଖଟୁଆ, ବାବୁଲି ରାଉତ, ପାଣ୍ଡବ ରାଉତ, ଅମୂଲ୍ୟ ରାଉତ, ଭଗବାନ ରାଉତ ଓ ସଙ୍ଘର ସମସ୍ତ ସଭ୍ୟ ସହଯୋଗ କରିଥିଲେ । ପ୍ରମୋଦ କୁମାର ପଲେଇ ଧନ୍ୟବାଦ ଅର୍ପଣ କରାଯାଇଥିଲା ।