ରାସ୍ତା ପ୍ରଶସ୍ତିକରଣରେ ବାଧା ସାଜୁଛି ବିଦୁ୍ୟତ ଖୁଣ୍ଟ 

 ଚିଲିକା: ଭବିଷ୍ୟତ କୁ ଦୃଷ୍ଟି ରକ୍ଷୀ ଟାଙ୍ଗୀ ଚାନ୍ଦପୁର ମଧ୍ୟ ଦେଇ ଯାଇଥିବା ପୁରୁଣା ୧୬ନମ୍ବର ଜାତୀୟ ରାଜପଥକୁ ରାଜ୍ୟ ସରକାରଙ୍କ ରାସ୍ତା ଓ ନିର୍ମାଣ ବିଭାଗ ପକ୍ଷରୁ ଏହାକୁ ଚାରି ଲେନ୍ ପ୍ରଶସ୍ତିକରଣ କରାଯାଉଛି । ଏଥିପାଇଁ କାର୍ଯ୍ୟ ଜୋରସୋରରେ ଚାଲିଛି । ଏହି ରାସ୍ତାଟି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ପଂଚାୟତ ଓ ନୟାଗଡ଼ ଜିଲ୍ଲା ଚାନ୍ଦପୁର ପଂଚାୟତରେ ରହିଛି । ଏହି ପଂଚାୟତର ରାସ୍ତା ପାର୍ଶ୍ୱରେ ଯଥାକ୍ରମେ ୩୨୫ ଓ ୩୯୭ଟି ବୃକ୍ଷ ରହି । ଏହିସବୁ ଗଛକୁ କାଟିବା ପାଇଁ ବନ ଉନ୍ନୟନ ନିଗମକୁ ଆବଶ୍ୟକ ଅର୍ଥ ୭୪.୯୮.୩୪୪.୦୦ଟଙ୍କା ପ୍ରଦାନ କରାହୋଇଛି । ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ୧୪୪୪ଟି ଚାରା ରୋପଣ କରିବାକୁ ମଧ୍ୟ ୫୬.୬୮.୧୧୮.୦୦ଟଙ୍କା ହସ୍ତାନ୍ତର କରାଯାଇଛି । ରାସ୍ତା ନିର୍ମାଣ ଓ ବୃକ୍ଷ ଛେଦନ ଯୁଦ୍ଧକାଳୀନ ଭିତିରେ ଚାଲିଥିବା ବେଳେ, ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରାୟ ୧୮୫ଟି ବିଦୁ୍ୟତ୍ ଖୁଣ୍ଟ ସହିତ ତିନୋଟି ଟ୍ରାନ୍ସଫରମର ରହିଛି । ଏଗୁଡିକ ଅପସାରଣ କରାଯିବାର ଜରୁରୀ ଆବଶ୍ୟକତା ରହିଛି । ଏହା କରା ନଗଲେ ଅଯଥାରେ ବହୁ ଦୁର୍ଘଟଣା ଘଟିବାର ସମ୍ଭାବନା କୁ ଏଡାଇ ଦିଆଯାଇ ନପାରେ । ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଏଥି ପାଇଁ ବିହିତ ପଦକ୍ଷେପ ନେବାକୁ ଟାଙ୍ଗୀ ବ୍ଲକ୍ ସାମ୍ବାଦିକ ସଙ୍ଘ ସଭାପତି ପଦ୍ମନାଭ ବିଶ୍ୱାଳ, ସମ୍ପାଦକ ମନୋଜ ପଟ୍ଟନାୟକ, ସହସମ୍ପାଦକ ରମେଶ ଚନ୍ଦ୍ର ବେହେରା ଆଇନ ପରାମର୍ଶ ଦାତା ସାନ୍ଦୀପନି ମିଶ୍ର ଆଲୋକ ମହାରଣା ମୁଖପାତ୍ର ରଜନୀ କାନ୍ତ ମିଶ୍ର ପ୍ରଶାନ୍ତ ବେହେରା ପ୍ରମୁଖ ଦାବି କରିଛନ୍ତି ।