‘ମତାନ୍ତର ରହୁ କିନ୍ତୁ ମନାନ୍ତର ନରହୁ’

ବାସୁଦେବପୁର : ଆମ ସାମ୍ବାଦିକ ସଂଘର ବାର୍ଷିକ ଉସôବ ଓ କର୍ମଶାଳା ବାସୁଦେବପୁର ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି  । ଏହି ଅବସରରେ ସଂଘର ସଭାପତି ବରିଷ୍ଠ ସାମ୍ବାଦିକ କିଶୋର କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ମୁନା ଖାଁ ଯୋଗଦେଇ ସାମ୍ବାଦିକତା ସତ୍ୟ ଏବଂ ନିଷ୍ଠା ଆଧାରିତ ହେବା ସହିତ ପ୍ରତ୍ୟେକ ସାମ୍ବାଦିକ ନିରପେକ୍ଷତା ଅବଲମ୍ବନ କରି ସମାଜକୁ ପ୍ରଗତି ମାର୍ଗରେ ଦିଗଦର୍ଶନ ଦେବା ଆବଶ୍ୟକ  । ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ସାମ୍ବାଦିକ ଅମରେଶ ବିଶ୍ୱାଳ ଯୋଗଦେଇ ସାମ୍ବାଦିକଙ୍କ ଦକ୍ଷତା ବିକାଶକୁ ଗୁରୁତ୍ୱ ଦେବା ସହିତ ନିଜ ନିଜ ମଧ୍ୟରେ ମନାନ୍ତର ନରଖି ସାମୁହିକ ପ୍ରଚେଷ୍ଟାରେ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ  । ସମ୍ମାନୀତ ଅତିଥି ଭାବରେ ପୁର୍ବତନ ବିଧାୟକ ବିଷ୍ନୁବ୍ରତ ରାଉତରାୟ ଯୋଗ ଦେଇ ସାମ୍ବାଦିକ ମାନଙ୍କୁ ଗଣତନ୍ତ୍ରର ସଜାଗ ପ୍ରହରୀ ଏବଂ ନିରପେକ୍ଷତା ଏବଂ ନିର୍ଭୟରେ ଗଣତନ୍ତ୍ରର ନିରନ୍ତର ସେବାକାରୀ ଭାବରେ ଅଭିହିତ କରିଥିଲେ  । 
ବିଶିଷ୍ଟ ସାହିତି୍ୟକ ଓ କବି ଡ. ସୁରେନ୍ଦ୍ର ପ୍ରସାଦ ମହାନ୍ତି ଯୋଗଦେଇ ସାମ୍ବାଦିକ ମାନଙ୍କୁ ସାହିତ୍ୟ ଓ ସମାଜ ସୁଧାରକର ଆଖ୍ୟା ଦେଇଥିଲେ । ସଂଗ୍ରାହକ ବିକାଶକୁମାର ଶତପଥୀଙ୍କ ସଭା ସଂଯୋଜନାରେ ସଂଘ ସମ୍ପାଦକ ବରିଷ୍ଠ ସାମ୍ବାଦିକ ରମାକାନ୍ତ ଡାଙ୍ଗୁଆ ବାର୍ଷିକ ବିବରଣୀ ପାଠ କରିଥିଲେ  । ପ୍ରାରମ୍ଭରେ ଜବାହାର ନବଦୋୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା ଏବଂ ଅତିଥି ମାନଙ୍କୁ ଉତ୍ତରୀୟ ଓ ଉପଢୌକନ ସହ ସମ୍ମାନୀତ କରାଯାଇଥିଲା । ଅତିଥି ମାନଙ୍କ ଦ୍ୱାରା ‘ଆମ ସାମ୍ବାଦିକ ସଂଘ' ପକ୍ଷରୁ ପ୍ରକାଶିତ ବାର୍ଷିକ ମୁଖପତ୍ର ‘ସାମ୍ବାଦିକର ସ୍ୱର’ ଏବଂ ପକ୍ଷୀଘର ପ୍ରକାଶନୀ ପ୍ରକାଶିତ ଆଧ୍ୟାତ୍ମିକ ସାହିତ୍ୟ ଲେଖକ ଡ଼. ସୁରେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ରଚିତ ‘ଗୀତା,ଭାଗବତ ଓ ବ୍ରହ୍ମସୁତ୍ର କଥା’ ପୁସ୍ତକ ଲୋକାର୍ପଣ ହୋଇଥିଲା  । ବରିଷ୍ଠ ସାମ୍ବାଦିକ ଅମରେଶ ବିଶ୍ୱାଳ, କିଶୋର କୁମାର ମହାପାତ୍ର, ନାରାୟଣ ପ୍ରସାଦ ବାରିକ, ଖବରକାଗଜ ବିତରକ ମନରଞ୍ଜନ ପଣ୍ଡାଙ୍କୁ ଉତ୍ତରୀୟ,ମାନପତ୍ର ଓ ଉପଢୌକନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା  । ଏହି ଅବସରରେ ଆୟୋଜିତ କଳା ଓ ସୃଜନୀ କାର୍ଯ୍ୟକ୍ରମରେ ଭାଗ ନେଇଥିବା ତୃପ୍ତି ମହିଳା ମହାବିଦ୍ୟାଳୟ, ପିଏମ୍ ଶ୍ରୀ ଜେଏନଭି ନବଦୋୟ ବିଦ୍ୟାଳୟ ,ଶିଶୁ ବିହାର, ପାର୍ବତୀ ପ୍ଲେ ସ୍କୁଲ, ସରକାରୀ ବାଳିକା ବିଦ୍ୟାଳୟ ଏବଂ ଅଟଳ ବିହାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ଅତିଥି ମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା  । ସାମ୍ବାଦିକ ଅମୀୟ ଭୂଷଣ ମହାନ୍ତି, ସବେଶ୍ୱର ଜେନା, ରାଜୀବ କୁମାର ଦାସ, ସ୍ୱାଧୀନ ଆଲୋକ ଡାଙ୍ଗୁଆ, ସଂଗ୍ରାମ କେଶରୀ ମହାନ୍ତି ପ୍ରମୁଖ ଉସôବ ପରିଚାଳନା କରିଥିବାବେଳେ ସାମ୍ବାଦିକ ରାଜୀବ କୁମାର ଦାସ, ଭରତ ନାୟକ, ଭାଗିରଥି ପଲାଇ, ମନିନ୍ଦ୍ର ବିଶ୍ୱାଳ ପ୍ରମୁଖ ପରିଚାଳନାରେ ସହଯୋଗିତା କରିଥିଲେ  ।