ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର
ଯାଜପୁର ଟାଉନ : ଜାତୀୟ ସ୍ୱାସ୍ଥ୍ୟ ମିଶନ୍, ଓଡ଼ିଶା ଅଧିନରେ ଦୀର୍ଘ ୨୦ବର୍ଷ ହେବ କର୍ମଚାରୀଭାବେ କାର୍ଯ୍ୟକରି ଆସୁଛନ୍ତି । ରାଜ୍ୟସରକାର ସେମାନଙ୍କର ନ୍ୟାର୍ଯ୍ୟ ଦାବୀଗୁଡିକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ରାଜ୍ୟ, ଜିଲା ଓ ବ୍ଲକ୍ସ୍ତର ପର୍ଯ୍ୟନ୍ତ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ କାର୍ଯ୍ୟରତ ସମସ୍ତ ପରିଚାଳନା କର୍ମଚାରୀ ମାନେ ଉଚ୍ଚ ଶିକ୍ଷିତ, କୁଶଳି, ଦକ୍ଷ, ପରିଶ୍ରମି ଓ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ପ୍ରକାର କାର୍ଯ୍ୟକୁ ନିଷ୍ଠାର ସହ ସୁପରିଚାଳନା କରୁଛନ୍ତି । ଏଥିପାଇଁ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ଜାତୀୟ ସ୍ତରରେ ମଧ୍ୟ ବହୁବାର ପୁରସ୍କୃତ ମଧ୍ୟ ହୋଇଛନ୍ତି । ମାତ୍ର ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ଥିବା କର୍ମଚାରୀମାନେ ଅତି ସ୍ୱଳ୍ପ ଦରମା ଏବଂ ଚୁକ୍ତିଭିତିକ ଚାକିରୀରେ ନିଜର ଯୁବାବସ୍ଥାରେ ସରକାରଙ୍କ କାର୍ଯ୍ୟପାଇଁ ଉତ୍ସର୍ଗିକୃତ କରି ଆଶା ରଖିଛନ୍ତି ଯେ ସରକାର ନିଶ୍ଚିତ ସେମାନଙ୍କ କଥା ବି·ର କରିବେ । କିନ୍ତୁ ପରିତାପର ବିଷୟ କର୍ମଚାରୀମାନଙ୍କର ବୟସ ୪୫ବର୍ଷ ଛୁଇଁଲାଣି । ଯାହାକି ବର୍ତମାନ ପରିସ୍ଥିତିରେ ସ୍ୱଳ୍ପ ଦରମାରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡିଛି । ସୋମବାର ଜାତୀୟ ସ୍ୱାସ୍ଥ୍ୟ ମିଶନ୍, ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲାପାଳଙ୍କୁ ସେମାନଙ୍କର ପଦବୀ ସୃଷ୍ଟି କରାଯାଇ ଚାକିରୀ ସ୍ଥାୟୀକରଣ କରାଯିବା ପାଇଁ ଦାବୀ କରିଛନ୍ତି ।
 
 Rasmita Behera
                                    Rasmita Behera                                 
    
 
    
 
 
 
