ଓଡିଶା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ
ଭଦ୍ରକ: ଓଡିଶା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଜ୍ଞାନପ୍ରକାଶ ପାଣିଙ୍କ ସଭାପତିତ୍ୱରେ ଯାଦବପଡିଆସ୍ଥିତ ରାଧାକୃଷ୍ଣ ପରିସରରେ ଆୟୋଜିତ ବୈଠକରେ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ସତ୍ୟସୁନ୍ଦର ରାଉତଙ୍କୁ ବାସୁଦେବପୁର ସଂଗଠନର ସଂଯୋଜନା କରିବା ପାଇଁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିବା ବେଳେ ବିଧାନସଭାରେ ଆସନ୍ତା ଶିତକାଳୀନ ଅଧିବେସନ ସମୟରେ ସାମ୍ବାଦିକଙ୍କ ସମସ୍ୟା ଉପରେ ପ୍ରସ୍ଥାବ ଆଗତ କରିବା ପାଇଁ କଂଗ୍ରେସ ବିଧାୟକ ଦଳର ଉପନେତା ବିଧାୟକ ଅଶୋକକୁମାର ଦାସଙ୍କୁ ଦାବିପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା । ସଭ୍ୟ ଶ୍ରୀକାନ୍ତ ମହାପାତ୍ର, ଦେବାଷିଷ ମହାନ୍ତି, ଜିଲ୍ଲା ସଂଗଠନ ସଂପାଦକ ଲକ୍ଷ୍ମୀକାନ୍ତ ନାଥ,ଶିବଶଙ୍କର ପଣ୍ଡା, ନିରାକର ସାହୁ, ଆନନ୍ଦପ୍ରସାଦ ରାଉତ, ଦେବାନନ୍ଦ ନାୟକପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସଂପାଦକ ଉଦ୍ଧବଚରଣ ମିଶ୍ର ସଭାପରିଚାଳନା କରିଥିବା ବେଳେ ତୁଳସିକଲ୍ୟାଣ ବେହରୋ ଧନ୍ୟବାଦ ଅର୍ପଣ କରିଥିଲେ ।