କୁକର୍ମକାରୀକୁ ୩୦ ବର୍ଷ ଜେଲ୍ 

 ଯାଜପୁର ଟାଉନ : ଜନୈକା୯ବର୍ଷୀୟା ନାବାଳିକା ବଳାକ୍ରାରୀକୁ ୩୦ ବର୍ଷ ଜେଲଦଣ୍ଡାଦେଶ ସହ ୫୦ ହଜାର ଜରିମାନା ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲା ଦୌରା ଜଜ୍ ତଥା ପୋକ୍ସୋ ଜଜ୍ ଅଭିଜିତ ପଲେଇ । ବିବରଣୀରୁ ପ୍ରକାଶ ୨୦୨୨ ମସିହା ଜୁନ ୨୦ତାରିଖ ଧର୍ମଶାଳା ଥାନା ଅଂଚଳର ଜନୈକା ନାବାଳିକା ବିଦ୍ୟାଳୟରୁ ଘରକୁ ଫେରୁଥିବା ସମୟରେ ଅଲାରପୁର ଗ୍ରାମର ଅରକ୍ଷିତ ଦାସଙ୍କ ପୁଅ ବାପି ଓରଫ ବିପିନ ଅଟକାଇ ଚତୁରତାର ସହ ଜିନିଷ ଦେବା ଆଳରେ ଘରକୁ ଡାକି ନେଇ ବଳାକ୍ରାର କରିଥିଲା । ଅଭିଯୁକ୍ତ ବାପି ନାବାଳିକାକୁ ଧମକ ଦେବା ସହ ଘଟଣା ସମ୍ପର୍କରେ ପ୍ରକାଶ କଲେ ତା’ର ବାପାକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା । ନାବାଳିକା ଜଣକ ଘରକୁ ଆସି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲା । ପରିବାର ଲୋକ ବାପି ଘରକୁ ଯାଇ ଘଟଣା ସମ୍ପର୍କରେ ପଚାରିବାରୁ ଅଭିଯୁକ୍ତର ପରିବାର ପୀଡ଼ିତାର ପିତାକୁ ମାରÿଧର କରିଥିଲେ । ପରେ ପୀଡ଼ିତାର ପିତା ଗ୍ରାମର କିଛି ଭଦ୍ର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଭଦ୍ର ଲୋକ ଆଇନର ଆଶ୍ରୟ ନେବାକୁ ପରାମର୍ଶ ଦେଇଥିଲେ । ସେହିଦିନ ପୀଡ଼ିତାର ପିତା ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗକୁ ଭିତି କରି ଧର୍ମଶାଳା ଥାନାରେ ନାବାଳିକାକୁ ବଳାକ୍ରାର ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା । ଘଟଣାରେ ଧର୍ମଶାଳା ପୁଲିସ ଅଭିଯୁକ୍ତ ବାପିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମଙ୍ଗଳବାର ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି । ୧୭ଜଣ ସାକ୍ଷ୍ୟଙ୍କ ବୟାନକୁ ଭିତି କରି ତଥା ପୁଲିସର ଦସ୍ତାବିଜ୍କୁ ଆଧାର କରି ଅତିରିକ୍ତ ଜିଲା ଦୌରା ଜଜ୍ ତଥା ପୋକ୍ସୋ ଜଜ୍ ଅଭିଜିତ ପଲେଇ ଅଭିଯୁକ୍ତ ବାପି ଦାସକୁ ୩୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ହଜାର ଜରିମାନା ଅନାଦେୟ ୬ମାସ ଅଧିକ କାରାଦଣ୍ଡ ଭୋଗିବେ ବୋଲି ରାୟରେ ପ୍ରକାଶ କରିଛନ୍ତି । ସେହିପରି ପୀଡ଼ିତାଙ୍କୁ ୫ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଆଇନ ସେବା ପ୍ରାଧିକରଣକୁ ନିଦେ୍ର୍ଦଶ ଦେଇଛନ୍ତି । ମାମଲାକୁ ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକୁ୍ୟଟର ରାଜୀବ ମହାନ୍ତି ପରିଚାଳନା କରିଥିଲେ ।