୧୯୯୦ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

 ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ହାଇସ୍କୁଲର ୧୯୯୦ ମସିହା ମାଟ୍ରିକ ବ୍ୟାଚ୍  ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ "ସ୍ମୃତି -୯୦’ ଅନୁଷ୍ଠିତ ହୋଇଛି । ଅବସରପପ୍ତ ପ୍ରଧାନଶିକ୍ଷକ ଦର୍ପନାରାୟଣ ମାହୁନ୍ତଙ୍କ ପୌରହିତ୍ୟରେ ଆୟୋଜିତ ଗୁରୁପୂଜନ ଓ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବରେ ପୁରାତନ ଛାତ୍ର ଅକ୍ଷୟ ସାହୁ, ହେମନ୍ତ ମାଝୀ ବୈକୁଣ୍ଠ ନାଥ ସାହୁ, ଦିଲ୍ଲୀପ ସାହୁ, ପୁରୁଷୋତ୍ତମ ସାହୁ, ନିରଞ୍ଜନ ସେଠୀ, ପ୍ରଭାତ ସ୍ୱାଇଁ, ଜୟନ୍ତୀ ରାଉଳ, ଜ୍ୟୋସ୍ନା ତ୍ରିପାଠୀ, ଶରତ ପ୍ରଧାନ, ମଦନ ଗିରି, କଲ୍ୟାଣୀ ଦାସ, ମମତା ପଣ୍ଡା ପ୍ରମୁଖ ଯୋଗଦେଇ ସ୍କୁଲ ଜୀବନର ସ୍ମୃତିଚାରଣ କରିବା ସହିତ ତକ୍ରାଳୀନ ଗୁରୁମାଙ୍କୁ ପୂଜା କରିବା ସହିତ ସମ୍ବର୍ଦ୍ଧିତ ଓ ସମ୍ମାନିତ କରିଥିଲେ । ଏହି ଅବସରରେ ବୃକ୍ଷ ରୋପଣ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।