ପବିତ୍ରଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା
ାା ପ୍ରଭାନୁ୍ୟଜ୍ ।ା ରାଜନଗର : ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତ ଗୋପାଳପୁର ଠାରେ ରାଜନଗର ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ସ୍ୱର୍ଗତ ରବିନାରାୟଣ ହାତୀଙ୍କ ବଡପୁଅ ପବିତ୍ର ହାତୀଙ୍କ ଏକାଦଶାହ ଅବସରରେ ସ୍ମୃତିଚାରଣ ସଭା ଓ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ବରଦାକାନ୍ତ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଶିକ୍ଷାବିତ୍ ଅଭିମନୁ୍ୟ ବରାଳ, ସମାଜସେବୀ ମହେଶ୍ୱର ବେହେରା, ଅକ୍ଷୟ କୁମାର ରାଉତ, ପ୍ରାକ୍ତନ ସରପଞ୍ଚ ଗିରିଶ ନାୟକ, ସାମ୍ବାଦିକ ବସନ୍ତ କୁମାର ହାତି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ପବିତ୍ରଙ୍କ ସ୍ମୃତିଚାରଣ କରିବା ସହ ସ୍ଥାନୀୟ ସତସଙ୍ଗ କେନ୍ଦ୍ରର ପ୍ରତିଷ୍ଠାରେ ତାଙ୍କର ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ପରେ ଭଜନସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ମା’ ଶାରଳା ସଙ୍ଗୀତ ସାଗର ପକ୍ଷରୁ ମାଷ୍ଟର ବିଜୟ ଦାସ, ଲିପି ମିଶ୍ର, ବିଶ୍ୱଜିତ ଦାସ, ପ୍ରୀତିରଞ୍ଜନ ସାହୁ, ସଫଳା ଜେନା, ନମିତା ମଲ୍ଲିକ ପ୍ରମୁଖ ଭଜନ ପରିବେଷଣ କରିଥିଲେ ।