ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

ଜୟପୁର: ଶହୀଦ ଲକ୍ଷ୍ମଣ ନାୟକଙ୍କ ୮୩ତମ ଫାଶୀ ଦିବସ ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ସମିତି, ଜୟପୁର ଆନୁକୂଲ୍ୟରେ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ  ଫାଶୀ ଦିବସ ଜୟପୁର ଠାରେ ଥିବା ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟୋ ଦେଇ  ପାଳନ କରାଯାଇଛି । ଉପସ୍ଥିତ ସଦସ୍ୟବୃନ୍ଦଙ୍କ ମଧ୍ୟରୁ  ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନୀ ବିଷୟରେ ବକ୍ତୃତା ଦେଇଥିଲେ ସେମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସହରର ସାଧାରଣ ଜନତା ଉପସ୍ଥିତ ରୋହୀ ଜୟପୁର ପୁରାତନ ସରକାରୀ ହସ୍ପିିଟାଲ୍ ସାମନା ସର୍ଦାର ପଟେଲ ମାର୍ଗରେ ସ୍ଥାପିତ ହୋଇଥିବା ପ୍ରତିମୂର୍ତ୍ତିରେ ମାଲ୍ୟାପ୍ରଣ କରିଥିଲେ । ଜୟପୁର ପୂଜ୍ୟପୂଜା ସଂସଦର ସଭାପତି କେଦାରନାଥ ବେହେରା, ସମ୍ପାଦକ ତପନ ତ୍ରୀପାଠୀ, କୋଷାଧ୍ୟକ୍ଷ ବୋଇରାଗୀ ସାହୁ ପ୍ରମୁଖ ମଧ୍ୟ ମାଲ୍ୟାର୍ପଣ କରିଥିଲେ । ସହିଦ ସ୍ମୃତି କମିଟିର ସଭାପତି ବାଲା ରାୟ,ଉପଦେଷ୍ଟା ମଦନ ମୋହନ ନାୟକ ହରିଶ୍ ମୁଦୁଲି ମୁଖ୍ୟ ସଙ୍ଗଠକ,ସୁରେନ୍ଦ୍ର ଖରା ଉପଦେଷ୍ଟା, ଗୌରବ ଭତ୍ରା ଉପସଭାପତି ବାସୁ ନାୟକ କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ହୋତା ଉପଦେଷ୍ଟା ମାଧବ ଚୌଧୁରୀ ସାଧାରଣ ସମ୍ପାଦକ ଭେଙ୍କଟ ରାଓ ପଟ୍ଟନାୟକ ସହସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ । ସାଧାରଣ ପ୍ରଶାସନରୁ ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି,ଉପ ଜିଲ୍ଲାପାଳ ଏ ସସ୍ୟା ରେଡ୍ଡୀ, ଗୋଷ୍ଟି ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର,ପୌର ସହ କାର୍ଯନିର୍ବାହୀ ଅଧିକାରୀ କୃତିବାସ ସାହୁ ଉପଖଣ୍ଡ ସୂଚନା ଲୋକ ସମ୍ପୋର୍କ ଅଧିକାରୀ ଯୋସଦା ଗାଡବା ପ୍ରମୁଖ ମଧ୍ୟ ପୁଷ୍ପମାଲ୍ୟ ଦେଇ ସ୍ମୃତିଚାରଣ କରିଥିଲେ ।