ଲୁହା ଖମ୍ବ ପଡି ଛାତ୍ର ମୃତ

 ସମ୍ବଲପୁର :  ସ୍ଥାନୀୟ ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜା ସରକାରୀ ୟୁପି ସ୍କୁଲ ଭିତରେ ଏକ ଲୁହା ଖମ୍ବ ପଡିଯିବାରୁ ଜଣେ ଷଷ୍ଠ ଶ୍ରେଣୀରେ ପଢୁଥିବା ଛାତ୍ରଙ୍କ ମୃତୁ୍ୟ ଘଟିଛି । ଛାତ୍ରଙ୍କ ନାମ ଦିପୁ ୟାଦବ ଏବଂ ସେ ଶୁଭ ୟାଦବଙ୍କ ପୁଅ ଥିଲେ । ସ୍କୁଲକୁ ଲାଗିଥିବା ସ୍ଥାନରେ  ବିଦୁ୍ୟତ୍ ମରାମତି କାର୍ଯ୍ୟ ଚାଲିଥିଲା । ଏହି ସମୟରେ ମୂଳରୁ କଟାଯାଇଥିବା ଏକ ବିରାଟ ଲୁହା ବିଦୁ୍ୟତ୍ ଖମ୍ବ ସ୍କୁଲ ପାଚେରୀର ଆରପାଖରେ ପଡ଼ିଥିଲା । ଫଳରେ ବିଦୁ୍ୟତ୍ ଖମ୍ବଟି ସ୍କୁଲ ଭିତରେ ଥିବା ଉକ୍ତ ଛାତ୍ର ଦିପୁ ୟାଦବଙ୍କ ଉପରେ ପଡ଼ିଥିବା କୁହାଯାଉଛି । ଏହା ଦେଖି ଶିକ୍ଷକଶିକ୍ଷୟିତ୍ରୀମାନେ ଦିପୁକୁ ସଙ୍ଗେ ସଙ୍ଗେ ସଦର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସ୍କୁଲ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ସ୍କୁଲ ପରିସର ଏବଂ ସଦର ଡାକ୍ତରଖାନାରେ ବ୍ୟାପକ ପୁାଲିସ ମୁତୟନ କରାଯାଇଛି ।