ରେଡ଼କ୍ରସ ଦିବସ ଓ ରକ୍ତଦାନ ଶିବିର 

 ଭଦ୍ରକ : ରେଡକ୍ରସର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଜନ୍ମ ଦିବସ ଅବସରରେ ବିଶ୍ୱ ରେଡକ୍ରସ ଦିବସ ଏବଂ ରକ୍ତ ଦାନ ଶିବିର ଭାରତୀୟ ରେଡକ୍ରସ ସୋସାଇଟୀ ଏବଂ ଭଦ୍ରକ ଜିଲ୍ଲା ରେଡକ୍ରସ ଶାଖା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ଅନୁଷ୍ଟିତ ହୋଇଛି । ଏଥିରେ ଜିଲ୍ଲାପାଳ ତଥା ରେଡକ୍ରସର ଅଧ୍ୟକ୍ଷ ଦିଲୀପ ରାଉତରାଏ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଲ, ମୁଖ୍ୟ ଚିକିସ୍ୟାଧିକାରୀ ସୁଧାଂଶୁ ଶେଖର ବଳ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସାଗରିକା ସାହୁ ସହିତର ରେଡକ୍ରସର ଆଜୀବନ ସଦସ୍ୟ ମନୋରଂଜନ ଦାସ, ରାଧା ରାଣୀ ମହାପାତ୍ର, ଚାରୁଲତା   ମହାପାତ୍ର, ଶ୍ରୀ ନିବାସ ପତି, ଅତୀଶ ବେହେରା ଓ ଅନେକ ବୁଦ୍ଧି ଜୀବି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ବାର୍ଷିକ ବିବରଣୀ  ପଠନ କରିଥିଲେ । ଗତବର୍ଷ ୨୦୨୪-୨୫ ର ସମସ୍ତ ଆୟ ବ୍ୟୟର ହିସାବ ହୋଇଥିଲା । ଏହି ଆର୍ଥିକ ବର୍ଷରେ ୧ କୋଟି ୫ ଲକ୍ଷ ୮୦ ହଜାର ୮୨୧ ଟଙ୍କା ରେଡକ୍ରସରେ ଆୟ ହୋଇଥିବା ବେଳେ ୫୧ ଲକ୍ଷ ୫୩ ହଜାର ୬୯୨ ଟଙ୍କା ରେଡକ୍ରସ ସହାୟତାରେ ଖର୍ଚ୍ଚ ହୋଇଛି । ଏହା ପରେ ରେଡକ୍ରସ ବିଭାଗକୁ ସର୍ବାଧିକ ଆୟ ଯୋଗାଇଥିବା ଅଧିକାରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା । ଏହା ପରେ ଜିଲ୍ଲାପାଳ କାର୍ଯ୍ୟାଳୟର ସାଳନ୍ଦୀ ସଭାଗୃହ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହାକୁ ଜିଲ୍ଲାପାଳ ଉଦାଟନ କରିଥିଲେ । ଏଥିରେ ଜିଲ୍ଲାପାଳଙ୍କ ସହିତ ମୁଖ୍ୟ ଉନ୍ନୟନ ଅଧିକାରୀ  ଶୁଭେନ୍ଦ୍ର ସାମଲ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସାଗରିକ ।  ଅନ୍ୟାନ୍ୟ ସମାଜ ସେବକ ମାନେ ରକ୍ତଦାନ କରିଥିଲେ ।