ରୋଗୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର  : ମଜଦୁର ସଂଘର ଗଣଧାରଣା

ତାଳଚେର:  ଏମସିଏଲର ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରିଣୀଙ୍କ ରୋଗୀଙ୍କୁ ଦୁର୍ବ୍ୟବହାର ନେଇ ଭାରତୀୟ ମଜଦୂର ସଂଘ ପକ୍ଷରୁ ତିନିଦିନ ଧରି ଜଗନ୍ନାଥ ଜିଏମ ଅଫିସ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ମଜଦୂର ସଂଘର ଅଭିଯୋଗ ଅନୁସାରେ ସେଣ୍ଟ୍ରାଲ ହସ୍ପିଟାଲର ମୁଖ୍ୟ ଚିକିସôା ଅଧିକାରିଣୀ ଡାକ୍ତର ଶୋଭାଗିନୀ ସାହୁ ବିଭିନ୍ନ ସମୟରେ ରୋଗୀମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ସହ ଗାଳିଗୁଲଜ କରିଥାନ୍ତି । ଏପରିକି ମଜଦୂର ସଂଘର ଜନୈକ ବରିଷ୍ଠ ନେତା ତାଙ୍କର ସମ୍ପର୍କୀୟଙ୍କୁ ନେଇ ଡାକ୍ତରାଣୀଙ୍କ ପାଖକୁ ଯାଇ ଥିବାବେଳେ ତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରାଯାଇଥିଲା । ଏହାର ପ୍ରତିବାଦରେ ମଜଦୂର ସଂଘ ପକ୍ଷରୁ ଡାକ୍ତରାଣୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବିରେ ତିନିଦିନ ଧରି ଗଣଧାରଣା ଦିଆଯାଇଛି । ଏହି ଗଣଧାରଣାରେ ପ୍ରଦେଶ ମଜଦୂର ସଂଘର ସିନିବାଶ ଖୁଣ୍ଟିଆ, ତାଳଚେର କୋଇଲାଖଣି ମଜଦୂର ସଂଘ ସାଧାରଣ ସମ୍ପାଦକ ବିରେନ୍ ଖିଲାର, ସଭାପତି କିଶୋରୀ ପ୍ରଧାନ, କୋଷାଧ୍ୟକ୍ଷ ଅଜେୟ ପାଢ଼ୀ, ଜଗନ୍ନାଥ ଖଣି ସମ୍ପାଦକ ପ୍ରତୁ୍ୟଷ ସାମନ୍ତ, ରନô ବେହେରା, ସଞ୍ଜୟ ମଲିକ ଓ ସମସ୍ତ ଶାଖା ସମ୍ପାଦକ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ଏହି ଗଣଧାରଣାକୁ ଏଆଇଟିୟୁସିର ବରିଷ୍ଠ ଶ୍ରମିକ ନେତା ଏସ୍ କେ ଶର୍ମା ସମର୍ଥନ କରିବା ସହିତ ଶ୍ରମିକମାନଙ୍କର ଉପଯୁକ୍ତ ଚିକିତ୍ସା କରିବାକୁ ହସ୍ପିଟାଲର ଡାକ୍ତରମାନେ ଧ୍ୟାନ ଦେବାକୁ ସେ ଦାବି କରିଛନ୍ତି । ଏ ସମ୍ପର୍କରେ ଡାକ୍ତରାଣୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ମନ୍ତବ୍ୟ ଦେବାକୁ ମନା କରିଥିଲେ ।