ଖଣି ସୁରକ୍ଷା ସପ୍ତାହରେ ଇମ୍ଫା ପୁରସ୍କୃତ

 କାଳିଆପାଣି: ଖଣି ନିରାପତା ନିର୍ଦେଶାଳୟ ଡ଼ିଜିଏମଏସପକ୍ଷରୁ ଅନୁଷ୍ଠିତ ୪୨ତମ ଧାତୁ ସମ୍ପନ୍ନ ଖଣି ସୁରକ୍ଷା ସପ୍ତାହରେ ଇମ୍ଫାକୁ ପୁରସ୍କୃତ କରାଯାଇଛି । ବଡ଼ବିଲ ସ୍ଥିତ ଆର୍ଶୀଲୋର ମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ ଠାରେ ଆେୟୋଜିତ କାର୍ଯ୍ୟକ୍ରମରେ ଦେଶର ମୋଟ ୧୧୩ ଟି ଖଣି ଅଂଶ ଗ୍ରହଣ କରିଥିଲେ । ସାମୁହିକ କାର୍ଯ୍ୟ ଦକ୍ଷତା ବର୍ଗରେ ଇମ୍ଫାର ମହାଗିରି ଖଣିକୁ ପ୍ରଥମ ଏବଂ ସୁକିନ୍ଦା ଖଣିକୁ ଦ୍ୱିତୀୟ ପୁରସ୍କାର ମିଳିଛି । ଇମ୍ଫା ପକ୍ଷରୁ ଖଣି ମୁଖ୍ୟ ସନ୍ଦୀପ ବାପୁରାଓ ନରାଡେ ଓ ବରିଷ୍ଠ ସାଧାରଣ ଖଣି ପ୍ରବନ୍ଧକ ଲଲାଟେନ୍ଦୁ ମହାପାତ୍ର ପୁରସ୍କାର ଗ୍ରହଣ କରିଥିଲେ ।