ରୋଡ୍ ଏବଂ ମୁଖ୍ୟମନ୍ତ୍ରୀ ସେତୁ ପାଇଁ ଦାବିପତ୍ର

 ନୂଆପଡା : ମୁଖ୍ୟମନ୍ତ୍ରୀ ରୋଡ଼ ଏବଂ ମୁଖ୍ୟମନ୍ତ୍ରୀ ସେତୁ ପାଇଁ ଓ ବି ସି ମୋର୍ଚ୍ଚା ସଭାପତି ଅଜିତ୍ କିଶୋର ଚଲାନ ଓଡିଶା ସରକାରଙ୍କ ପଞ୍ଚାୟତିରାଜ,ପାନିୟ ଜଳ ଯୋଗାଣ ଓ ରୁରାଲ ଡଭଲପମେଣ୍ଟ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଙ୍କୁ ଦାବୀପତ୍ର ପ୍ରଦାନ ।ସେ ଆଜି ଦିନିକିଆ ଗସ୍ତରେ ନୂଆପଡା ଜିଲ୍ଲା କୁ ଆସିଥିବା ସମୟରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା ।ାଏହି ଦାବିପତ୍ରରେ ଖଡ଼ିଆଳ ବ୍ଳକ ବଡ଼ପୋଲ ଠାରୁ ଖୁଦପେଜ,ଭାୟା ଗୋଇମୁଣ୍ଡି ଠାରୁ କନକୁଟା ଛକ ୫ କିଲୋମିଟର,ବଡ଼ପୋଲ ଠାରୁ ଅରେଡା ଭାୟା ଚନାବେଡା ୧୦ କିଲୋମିଟର, ସୁନାରୀ ସିକୁଆଁ ଠାରୁ ଗମ୍ଭାରୀଗୁଡା ୩ କିଲୋମିଟର ପ୍ରଭୁତି ବିଷୟ ଉପରେ ଦାବିପତ୍ର ପ୍ରଦାନ କରିଥିଲେ  ।ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି କମଲେଶ ଦିକ୍ଷୀତ, ପୁର୍ବତନ ସଭାପତି ସୁବ୍ରତ ଠାକୁର୍, ବରିଷ୍ଠ ନେତା ରାତ୍ରନନ୍ଦ ମନ୍ ହୀରା, ମଣ୍ଡଳ ସଭାପତି ପୁସ୍ତମ୍ ମଶ୍ରା ଉପସ୍ଥିତ ଥିଲେ ।