ଘନଶ୍ୟାମ ବଳଙ୍କୁ ଗୁରୁ ଗୌରବ ସମ୍ମାନ 

 ରାଜନଗର:  ରାଜନଗର ବ୍ଲକ ହାତୀନା ପଞ୍ଚାୟତ ପେଣ୍ଠ ଗ୍ରାମର ସେବା ନିବୃତ ଆଦର୍ଶ ପ୍ରଧାନଶିକ୍ଷକ ଘନଶ୍ୟାମ ବଳଙ୍କୁ ଗୁରୁ ଗୌରବ ସମ୍ମାାନ ପ୍ରଦାନ କରାଯାଇଛି । ଉକ୍ରଳ ବିଦ୍ୟା ଗୌରବ ପରିଷଦ ଆନୁକୂଲ୍ୟରେ ସଭାପତି ପ୍ରଫେସର ନଟବର ଶତପଥିଙ୍କ ସଭାପତିତ୍ୱରେ କଟକ ଟାଉନ ହଲ୍ରେ ଆୟୋଜିତ ରାଜ୍ୟସ୍ତରୀୟ ଗୁରୁ ପୂଜନ ଓ ଗୁରୁ ଗୌରବ ସମ୍ମାନ ପ୍ରଦାନ ମହୋତ୍ସବରେ ଭୁବନେଶ୍ୱର ନିଗମ କଳ୍ପତରୁ ଆଶ୍ରମ ମୁଖ୍ୟ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ ଉଦ୍ଘାଟକ ଭାବେ ଉପସ୍ଥିତ ରହି ଶ୍ରୀ ବଳଙ୍କୁ ମାନପତ୍ର, ଟ୍ରଫି, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଏଥିରେ ପ୍ରାକ୍ତନ କୂଳପତି ପ୍ରଫେସର ଓଁକାର ନାଥ ମହାନ୍ତି ମୁଖ୍ୟଅତିଥି, ଡ. ନିରଞ୍ଜନ ତ୍ରିପାଠୀ ମୁଖ୍ୟବକ୍ତା, ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ବିଶିଷ୍ଟଅତିଥି, ଡ.ଦୀପ୍ତିରାଣୀ ସାମନ୍ତ ଓ ଆଡଭୋକେଟ ଗୋକୁଳାନନ୍ଦ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ ।