ଲଣ୍ଡନର ସିଟିଆଇଏସ୍ରେ ଯୋଗଦେଲେ ଆଲେକଜାଣ୍ଡାର
ବ୍ୟାସନଗର : କଳିଙ୍ଗଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସ ତଥା କେଜିଆଇର ଅଧ୍ୟକ୍ଷ ଇଂ ଆଲେକଜାଣ୍ଡାର ଦାସ ଲଣ୍ଡନର ମ୍ୟାନସନ୍ ହାଉସ୍ ଠାରେ ଆରମ୍ଭ ହୋଇଯାଇଥିବା ଆନ୍ତର୍ଜାତୀୟ କମନୱେଲଥ୍ ଟ୍ରେଡ୍ ଆଣ୍ଡ ଇନଭେଷ୍ଟମେଣ୍ଟ ସମ୍ମିଳନୀରେ ଯୋଗଦେଇଥିଲେ । ସେଠାରେ ୟୁନାଇଟେଡ କିଙ୍ଗଡମର ବହୁ ମନ୍ତ୍ରୀ, ଉଚ୍ଚ ପଦସ୍ଥ ସରକାରୀ ଅଧିକାରୀ ମାନଙ୍କୁ ଭେଟି ସେମାନଙ୍କ ସହିତ କେଜିଆଇର ବୈଦେଶିକ ସମ୍ପର୍କ ନିମନ୍ତେ ଆଲୋଚନା କରିଥିଲେ । ୟୁନାଇଟେଡ କିଙ୍ଗଡମର ୟୁନିଭରସିଟୀ ଅଫ୍ ଲଣ୍ଡନ, ମାଂଚେଷ୍ଟର ସ୍ଥିତ ଲିଡସ୍ ବେକେଟ୍ ୟୁନିଭରସିଟୀ, ଟ୍ରିନିଟୀ ୟୁନିଭରସିଟୀରେ ଶିକ୍ଷାବିତ୍ ମାନଙ୍କୁ ଭେଟି କେଜିଆଇର ଛାତ୍ରଛାତ୍ରୀ ମାନେ ଯାଜପୁରରେ ରହି ୟୁନିଭରସିଟୀ ଗୁଡିକରେ ଦିଆ ଯାଉଥିବା ପାଠ୍ୟକ୍ରମରେ ଯୋଗଦେଇ ଦେଶ ବିଦେଶରେ ପ୍ରତିଷ୍ଠିତ ହୋଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ । କେଜିଆଇ ଯାଜପୁରରେ ଏକ ଷ୍ଟୁଡେଣ୍ଟ ଏକ୍ସିଲେନ୍ସ ସେଣ୍ଟର ପ୍ରତିଷ୍ଠା କରିବ ବୋଲି ଇଂ. ଦାସ ପ୍ରକାଶ କରିଛନ୍ତି । ଯାହାକୁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ସ୍ୱାଗତ କରିଛନ୍ତି ।