ଦିତୀୟ ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଏସ୍ଏସ୍ ସାନ୍ ଇଲେଭେନ
ବାଲିଅନ୍ତା: ଶାଗୁଆ ଖେଳ ପଡ଼ିଆରେ ନାଗପୁର କ୍ରିକେଟ୍ କ୍ଲବ୍ ଦ୍ୱାରା ଦିତୀୟ ବାର୍ଷିକ ଅଲ୍ ଓଡ଼ିଶା ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଫାଇନାଲକୁ ପ୍ରବେଶ କରିଛି ଏସ୍ଏସ୍ ସାନ୍ ଏକାଦଶ । ଆଜି ଅଭୟ ଫାଇଟର ଓ ହିରତିକ୍ ଏକଦଶ ସହ ଦ୍ୱିତୀୟ କ୍ୱାର୍ଟର ମ୍ୟାଚ ଖେଳାଯିବାକୁ ଥିଲା । ମାତ୍ର ହିରତିକ ଏକାଦଶ ନିର୍ଦ୍ଧାରିତ ସମୟରେ ପହଞ୍ଚି ପାରିନଥିଲେ । ଫଳରେ ଅଭୟ ଫାଇଟରକୁ ସିଧାସଳଖ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା । ଫଳରେ ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ ଅଭୟ ଫାଇଟର ଓ ଏସ୍ଏସ୍ ସାନ୍ ଏକାଦଶ ମଧ୍ୟରେ ଖେଳା ଯାଇଥିଲା । ଟସ୍ ଜିତି ଅଭୟ ଭାଇଟର ନିର୍ଦ୍ଧାରିତ ଓଭରରେ ୫ୱିକେଟ୍ ହରାଇ ୧୦୪ ରନ କରିଥିଲା । ଜବାବରେ ଏସ୍ଏସ୍ ସାନ୍ ଏକାଦଶର ଖେଳାଳୀ ସୁନୀଲ ନାୟକ ୧୮ ବଲ ଖେଳି ଧୂଆଁଧାର ୪୦ ରନ କରି ମାତ୍ର ୮ ଓଭରରେ ୫ ୱିକେଟ୍ ହରାଇ ଏହି ମ୍ୟାଚଟିକୁ ଜିତି ଫାଇନାଲକୁ ପ୍ରବେଶ କରିଥିଲା । ଆଜିର ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥିଭାବେ ସହକାରୀ ପୁଲିସ ଅଧିକ୍ଷକ ଅଞ୍ଜନା ଟୁଡୁ, ଯୋଗ ଦେଇ ସାଇବର ଅପରାଧର ଉପରେ ଜନସାଧାରଣ ସଚେତନତା ବାର୍ତ୍ତା ଦେଇ ମ୍ୟାଚଟିକୁ ଶୁଭାରମ୍ଭ କରିଥଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥିଭାବେ ରିଚି ରୟ, ନାଗପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉପଦେଷ୍ଟା ଚକ୍ରଧର ନାୟକ, କମଳାକାନ୍ତ ଜେନା, ଓଡ଼ିଶା ଓକିଲ ସଂଘର କାର୍ଯ୍ୟନିର୍ବାହୀ ସମ୍ପାଦକ ଆଇନୀଜୀବୀ ରଞ୍ଜିତ ମହାରଣା ପ୍ରମୁଖ ଯୋଗଦେଇଥିଲେ । ଆଜି ଏହି ପଡିଆରେ ମେଡିଆ ଏକାଦଶ ଓ ଓଡ଼ିଶା ପୁଲିସ ଏକାଦଶ ମଧ୍ୟରେ ଖେଳାଯିବ ।