ସିକୋ ସ୍କୁଲରେ ବାର୍ଷିକୋତ୍ସବ

 ରାଜକନିକା: ରାଜକନିକା ବ୍ଲକ୍ ସିକୋ ନିମ୍ନ ମୌଳିକ ବିଦ୍ୟାଳୟର ୮୯ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟିତ୍ରୀ ସୁମତି ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ପ୍ୟାରୀ ମୋହନ ସ୍ୱାଇଁ, ମୁଖ୍ୟ ବକ୍ତା ଡାଳିକାଏନ୍ଦା କ୍ଲଷ୍ଟରର ପୂର୍ବତନ ସିଆରସିସି ନିର୍ମଳ ଚନ୍ଦ୍ର ଜେନା, ସମ୍ମାନିତଅତିଥି ଭାବେ ରାଜକନିକା ଏବିଇଓ ସୁରୁଚି ପ୍ରଭା ଦାଶ, ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ବିନୟ ଭୂଷଣ ଜେନା, ଅବସରପ୍ରାପ୍ତ ଶିକ୍ଷକ ମକରଧ୍ୱଜ ଜେନା, ସ୍ଥାନୀୟ ସରପଞ୍ଚ ଗଙ୍ଗାଧର ବେହେରା, ସ୍ୱତନ୍ତ୍ର ଅତିଥି ଭାବେ ସିଆରସିସି ସବ୍ୟସାଚୀ ଶତପଥୀ, ସହକାରୀ ଶିକ୍ଷୟିତ୍ରୀ ଲତିକା ରାଣୀ ମହାପାତ୍ର, ଶିକ୍ଷୟିତ୍ରୀ ନନ୍ଦିତା ବେହେରା, କୁମାରୀ ପ୍ରଭାସିନୀ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ସ୍ଥାୟୀ ସଭାପତି ରତିକାନ୍ତ ରାୟ, ବ୍ରଜ ମହାକାଳୀ କମିଟିର ସଭାପତି ଶୁଭକାନ୍ତ ମାହୁନ୍ତ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଶେଷରେ ସ୍କୁଲ ସଭାପତି ରତିକାନ୍ତ ରାୟଙ୍କ ରଚନାରେ ଓ ନାଟ୍ୟଗୁରୁ ବାଇଧର ରାଉଳଙ୍କ ନିଦେ୍ର୍ଦଶନାରେ ନାଟକ "ଦୁହୀତା’ ମଞ୍ଚସ୍ତ ହୋଇଥିଲା । ପୁରାତନ ଛାତ୍ର ଅଜୟ କାଣ୍ଡି, ଛାତ୍ରୀ ସ୍ୱୟଂ ଶ୍ରୀ ମିଶ୍ରଙ୍କ ସମେତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।