୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଯନ୍ତ୍ରୀ 

 ଭଦ୍ରକ : ରାସ୍ତା କାମର ବକେୟା ବିଲ୍ କରିବା ପାଇଁ ରାସ୍ତା ଉପରେ ନେଉଥିଲେ ଲାଞ୍ଚ  । ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ  । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ର କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି  । ରାସ୍ତା ବିଲ୍ ପାଇଁ ଠିକାଦାରଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ ମାଡିବସିଛି  । ସୂଚନାଯୋଗ୍ୟ ଯେ, କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ଏକ ରାସ୍ତା କାମର ବିଲ୍ ପାଇଁ ଠିକାଦାରଙ୍କୁ ଲାଞ୍ଚ ମାଗିଥିଲେ  । ଏ ନେଇ ଭିଜିଲାନ୍ସକୁ ଜଣାଇଥିଲେ ଠିକାଦାର  । ପରେ ବାସୁଦେବପୁର ବ୍ଲକ ଅଧିନ ନିଉ ଇଣ୍ଡିଆ ଛକ ନିକଟରେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ୧୦ ହଜାର ଟଙ୍କା ନେଉଥିବା ବେଳେ ବାଲେଶ୍ୱର ଓ ଭଦ୍ରକର ଭିଜିଲାନ୍ସ ଟିମ୍ ମିଳିତ ଭାବେ ରାସ୍ତା ଉପରେ ମାଡି ବସିଥିଲେ  । ଅଶୋକଙ୍କୁ ଭଦ୍ରକ ଭିଜିଲାନ୍ସ ଅଫିସକୁ ଅଣାଯାଇଥିବା ବେଳେ ତାଙ୍କ ବାସଭବନ, ଭଡା ଘର ଓ ସରକାରୀ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ହେଉଥିବା ନେଇ ସୂଚନା ମିଳିଛି ।