ଲୋଗ ଓ ଲେଟର ପ୍ୟାଡକୁ ଦୂରୁପଯୋଗ ଅଭିଯୋଗ: ଦୁଇ ଗୋଷ୍ଠୀ ମୁହା ମୁହିଁ, ପୁଲିସ ଫୋର୍ସ ମୁତୟନ
ପାରାଦୀପ : ୟୁନିୟନର ଲୋଗ ଓ ଲେଟର ପ୍ୟାଡକୁ ନିଲମ୍ବିତ କିଛି ସଦସ୍ୟ ଦୂରୁପଯୋଗ କରିବା ସହ ସଙ୍ଗ୍ ଅଭିଯୋଗ ଏଭଳି ସଙ୍ଗିଁନ ଅଭିଯୋଗ କରିଛି ପାରାଦୀପ ପୋର୍ଟ ଆଣ୍ଡ ଡକ ମଜଦୁର ୟୁନିୟନ୍ । ଏ ନେଇ ୟୁନିୟନ୍ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୟୁନିୟନ୍ର ସାଧାରଣ ସମ୍ପାଦକ ସନାତନ ବେହେରା ଓ ଯୁଗ୍ମ ସମ୍ପାଦକ ପରେଶ ପ୍ରଧାନ ଏ ନେଇ କିଭଳି ୟୁନିୟନର ଲୋଗ ଓ ଲେଟର ପ୍ୟାଡକୁ ଦୂରୁପଯୋଗ କରାଯାଇଛି, ସେ ନେଇ ବିସ୍ତ୍ରୁତ ବିବରଣୀ ପ୍ରକାଶ କରିଥିଲେ । ସର୍ବଭାରତୀୟ ଶ୍ରମିକ ନେତା ସ୍ୱର୍ଗତ ଘନଶ୍ୟାମ ଜେନାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି ୟୁନିୟନର କିଛି ସଦସ୍ୟ ୟୁନିୟନ ବିରୋଧୀ କାର୍ଯ୍ୟକଳାପ ଓ ଅର୍ଥ ତୋସରପାତ କରିଥିବା ଅଭିଯୋଗରେ ନିଲମ୍ବିତ ହୋଇଥିବା କିଛି ନିଲମ୍ବିତ ସଦସ୍ୟ ମନମୁଖୀ ନିଜ ନିଜ ଭିତରେ କର୍ମକର୍ତ୍ତା ଚୟନ କରି ୟୁନିୟନ ଲୋଗ ଓ ଲେଟର ପ୍ୟାଡ ବ୍ୟବହାର କରି ବ୍ୟାଙ୍କ ଓ ବିଭିନ୍ନ ସରକାରି ଦପ୍ତରକୁ ଦେଇଥିବା ଜଣାପଡିଛି । ଏନେଇ ୟୁନିୟନ ତୁରନ୍ତ ଥାନାରେ ଲିଖିତ ଅଭିଯୋଗ କରିବା ସହ ବ୍ୟାଙ୍କରେ ୟୁନିୟନ୍ର ଦସ୍ତାବିଜ୍ ଦେଖାଇବା ପରେ ୟୁନିୟନର ଆକାଉଣ୍ଟ୍ ପୁନଃ କାର୍ଯ୍ୟକ୍ଷମ ହୋଇଛି । ଏଭଳି ଚଞ୍ଚକତା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ୟୁନିୟନ ପକ୍ଷ୍ରୁ ସ୍ଥାନୀୟ ପୋଲିସ ଷ୍ଟେସନରେ ଦାବି କରିଥିବା ବେଳେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଅଧାରୁ ଯୋଜନାବଦ୍ଧ୍ ଭାବେ ନିଲମ୍ବିତ ସଭ୍ୟ ନିରଞ୍ଜନ ମହାପାତ୍ର, ବିଜୟ ବରାଳ ଓ ସେମାନଙ୍କ କିଛି ସମର୍ଥକ କାର୍ଯ୍ୟାଳୟ ଭିତରେ ପଶି ସିଧା ସଳଖ ସାଧାରଣ ସମ୍ପାଦକ ସନାତନ ବେହେରାଙ୍କୁ ଧମକ ଦେବା ଆରମ୍ଭ କରିଥିଲେ, ଯାହାକୁ ନେଇ ୟୁନିୟନର ସଦସ୍ୟମାନେ ସେଥିରେ ବାରଣ କରିବାରୁ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ୟୁନିୟନ ପକ୍ଷ୍ରୁ ପୋଲିସକୁ ଖବର ଦିଆଯିବା ପରେ ପାରାଦୀପ ସ୍ଥିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ଆଦର୍ଶ ଥାନା ଅଧିକାରୀ କାବୁଲି ବାରିକ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପାରାଦୀପ ସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଭୟ ପକ୍ଷକୁ ନେଇ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ପରାମର୍ଶ ଦେବା ସହିତ ପୁନର୍ବାର କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ୟୁଣୀୟନ୍ କାର୍ଯ୍ୟାଳୟ ପରିସରରେ ପୁଲିସ ଫୋର୍ସ ମୁତୟନ କରା ଯାଇଥିବା ଦେଖିବାକୁ ମିଳିଛି ।