ମନୋହର ମେହେରଙ୍କ ଜୟନ୍ତୀ
ନୂଆପଡା : ଓଡିଶା ଛତିଶଗଡ ସୀମାରେ ଦିନେ ଓଡିଆ ଭାଷା ସଙ୍କଟରେ ଥିବା ବେଳେ ଠିକ୍ ସେହି ସମୟରେ ଓଡିଆ ସାହିତ୍ୟ ଓ ଭାଷାର ସୁରକ୍ଷାରେ କବି ମନୋହର ମେହେରଙ୍କ ସାରସ୍ୱତ ଅବଦାନ ଅବିସ୍ମରଣୀୟ ବୋଲି କବିଙ୍କ ଜନ୍ମପୀଠ ନୂଆପଡା ଜିଲ୍ଲା ସିନାପାଲି ଠାରେ କବିଙ୍କ ୧୪୧ ତମ ଜନ୍ମଜୟନ୍ତୀ ପାଳନ ଅବସରରେ ମତ ପ୍ରକାଶ ପାଇଛି । ସ୍ଥାନୀୟ ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ଆୟୋଜିତ ଜୟନ୍ତୀ ସଭାରେ ସମିତିର ସଭାପତି ବୈଷ୍ଣବ ମେହେର ଅଧ୍ୟକ୍ଷତା କରିଥିବା ବେଳେ ଯୁବକବି ଲଳିତ କୁମାର ସୁନାରୀ ମନୋହର ମେହେରଙ୍କ ସାରସ୍ୱତ ସାଧନା ଓ ସାହିତି୍ୟକ ବିଷୟରେ ବିଶଦ ଆଲୋଚନା ରଖିଥିଲେ । ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ଠାରେ ଆୟୋଜିତ କବିଙ୍କ ଜୟନ୍ତୀ ସଭାର ପ୍ରାରମ୍ଭରେ ସମିତିର ସଭାପତି ସମସ୍ତଙ୍କୁ ସ୍ୱାଗତ କରିଥିଲେ । ପ୍ରତିକୂଳ ପରିସ୍ଥିତିରେ ସାହିତ୍ୟ ସାଧନା କରି ସମାଜ ପାଇଁ ଅନେକ ଉପାଦେୟ ପୁସ୍ତକ ରଚନା କରିଯାଇଥିବା କବି ମନୋହରଙ୍କୁ ସଠିକ ଢଙ୍ଗରେ ଲୋକଲୋଚନକୁ ଅଣାଗଲେ ବର୍ତ୍ତମାନର ପିଢି କବିଙ୍କ ସାଧନାକୁ ବୁଝି ପାରିବା ସହ ସାହିତ୍ୟ ପ୍ରତି ଅଧିକ ଆକୃଷ୍ଟ ହୁଅନ୍ତେ ବୋଲି ଏ ଅବସରରେ ସାମୁହିକ ମତ ପ୍ରକାଶ ପାଇବା ସହ କବିଙ୍କ ନାଁରେ ସିନାପାଲିରେ ଏକ ପାଠାଗାର କରିବାକୁ ଉପସ୍ଥିତ କବିପ୍ରେମୀ ମତ ଦେଇଥିଲେ । କାର୍ଯ୍ୟକ୍ରମରେ ବିଜୟ କୁମାର ଯୋଷୀ, ଚୂଡାମଣି ମେହେର, କୁମୁଦବନ୍ଧୁ ଯୋଷୀ, ହରେକଷ୍ଣ ମେହେର, ପରେଶନାଥ ପାଣିଗ୍ରାହୀ, ପ୍ରଦୁ୍ୟମ୍ନ କୁମାର ସିଂହ ଚିନ୍ଦା, ନିଳାଞ୍ଚଳ ମେହେର, ରଶ୍ମିରଞ୍ଜନ ସା, ଶିବ ପ୍ରସାଦ ମେହେର, ପ୍ରେମାନନ୍ଦ ମେହେର, ପ୍ରଦୁ୍ୟମ୍ନ କୁମାର ସିଂହ ଚିନ୍ଦା, ଭୀଷ୍ମରାଜ ମେହେର, ଯଶୋବନ୍ତ ସା ପ୍ରମୁଖ ଯୋଗ ଦେଇଥିଲେ ।