କଣ୍ଟକେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ପତିଷ୍ଠା

ରାଜକନିକା:  ରାଜକନିକା ବ୍ଲକ କଣ୍ଟପଡା ବଜାର ସ୍ଥିତ ଓଁ ଶ୍ରୀ କଣ୍ଟକେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ପତିଷ୍ଠା ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସ ଗତ ଶନିବାର ଠାରୁ ଆସନ୍ତା ବୁଧବାର ପର୍ଯ୍ୟନ୍ତ ୫ ଦିନ ଧରି ଅନୁଷ୍ଠିତ ହେବ ବୋଲି କମିଟି ସୂଚନା ଦେଇଛି । ଏହି ଅବସରରେ ଶନିବାର ଦିନ ଅଙ୍କୁରରୋପଣ, ଶାଳାପୂଜା, ଧ୍ୱଜପୂଜା, ଜଳଯାତ୍ରା, ସୂର୍ଯ୍ୟପୂଜା, ଗୋପୂଜା, ସର୍ବଦେବା ଦେବୀପୂଜା, କଣ୍ଟକେଶ୍ୱରଙ୍କ ଉପଚାର ପୂଜା, ରୁଦ୍ରାଭିଷେକ, ଚଣ୍ଡୀପାଠ, ଗୀତାପାଠ, ବେଦାହୂତ, ନାମ ସଂକୀର୍ତ୍ତନ ଓ ପ୍ରତେକ ସନ୍ଧ୍ୟାରେ ପ୍ରବଚନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ସଂନ୍ଧ୍ୟା ଅନୁଷ୍ଠିତ ହେବ । ଏଣୁ କଣ୍ଟକେଶ୍ୱର ପୂଜା କମିଟି ପକ୍ଷରୁ ଅଞ୍ଚଳବାସୀଙ୍କୁ ଅନୁରୋଧ କରାଯାଇଛି ପ୍ରଭୁକୃପା ଲାଭ କରିବା ସହିତ ପୂଜାକୁ ସାଫଲ୍ୟ ମଣ୍ଡିତ କରିବାକୁ ପୂଜା କମିଟି ପକ୍ଷରୁ ନିବେଦନ କରାଯାଇଛି ।