ଉମରକୋଟରେ ତ୍ରିମୁଖୀ ଲଢେଇ

ଉମରକୋଟରେ ତ୍ରିମୁଖୀ ଲଢେଇ

ଉମରକୋଟରୁ ନିରଞ୍ଜନ ଗଣ୍ଡ : ଉମରକୋଟ ନିର୍ବାଚନୀ ବିଗୁଲ ବାଜିବା ପରେ ତିନି ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଚଳିତ ସାଧାରଣ ନିର୍ବାଚନରେ ଉମରକୋଟ ନିର୍ବାଚନ ମଣ୍ଡଳୀରେ ହେବ ତ୍ରିମୁଖୀ ଲଢେଇ । ତିନି ପ୍ରମୁଖ ରାଜନୈତିକ ଦଳ  ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି ।  ନବରଙ୍ଗପୁର ଜିଲ୍ଲାରେ ମୋଟ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ ଉମରକୋଟ ନିର୍ବାଚନ ମଣ୍ଡଳୀ ବିଜେପି ହାତରେ ରହିଛି । ଚଳିତ ସାଧାରଣ ନିର୍ବାଚନରେ ଏହି ଆସନକୁ ବଞ୍ଚାଇବାକୁ ବିଜେପି ଉଦ୍ୟମ ଆରମ୍ଭ କରିଥିବା ବେଳେ କଂଗ୍ରେସ ଓ ବିଜେଡି ଏହାକୁ ନିଜ ହାତମୁଠାକୁ ଆଣିବା ପାଇଁ ରଣକୌଶଳ ଆରମ୍ଭ କରିଛି  । ବିଜେଡି ପ୍ରାର୍ଥୀନୀ ନବୀନା ନାୟକ, ବିଜେପି ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ଓ କଂଗ୍ରେସ ପ୍ରାର୍ଥୀ ଭାବେ ସନରାଜ ଗଣ୍ଡ ମଇଦାନ ଓହ୍ଲାଇଛନ୍ତି । ଉମରକୋଟ ନିର୍ବାଚନ ମଣ୍ଡଳୀ ଉମରକୋଟ ବ୍ଲକ ଓ ରାଇଘର ବ୍ଲକକୁ ନେଇ ଗଠିତ । ଉମରକୋଟ ଓ ରାଇଘର ବ୍ଲକରେ ମୋଟ ୩୭ଟି ପଞ୍ଚାୟତ ଓ ୬ଟି ଜିଲ୍ଲା ପରିଷଦ ଜୋନ୍  ଓ ଗୋଟିଏ ପୌରପରିଷଦର ୧୪ଟିକୁ ନେଇ ଉମରକୋଟ ନିର୍ବାଚନ ମଣ୍ଡଳୀ ଗଠିତ । ଉମରକୋଟ ନିର୍ବାଚନ ମଣ୍ଡଳୀରେ ମୋଟ ୧ଲକ୍ଷ ୭୫ ହଜାରରୁ ଊଦ୍ଧ୍ୱର୍ ଭୋଟର ଅଛନ୍ତି । ଅନ୍ୟପକ୍ଷରେ ଉମରକୋଟ ନିର୍ବାଚନ ମଣ୍ଡଳୀର ମୁଖ୍ୟମୁଦା ଗୁଡିକ ହେଉଛି ଉମରକୋଟକୁ ସବଡିଭିଜନ ମାନ୍ୟତା, ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ, ଲ୍ୟାଣ୍ଡ ସେଟେଲମେଣ୍ଟ ଓ ରାଇଘରକୁ ଏନ୍ଏସି ମାନ୍ୟତା ପାଇଁ ଦାବି ରହିଛି । ଉମରକୋଟ ନିର୍ବାଚନ ମଣ୍ଡଳୀ ପୂର୍ବରୁ ବିଜେଡିର ଗଡ଼ ଭାବରେ ପରିଚିତ ଥିଲା କିନ୍ତୁ ୨୦୧୯ ନିର୍ବାଚନରେ ବିଜେଡି ଠାରୁ ଛଡେଇ ବିଜେପି ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ବିଜୟ ହୋଇଥିଲେ । ଉମରକୋଟ ନିର୍ବାଚନ ମଣ୍ଡଳୀରେ ୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ଜଣେ ମହିଳା ପ୍ରାର୍ଥିନୀଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛି ।
 ନିର୍ବାଚନ ଫଳାଫଳକୁ ଦେଖିଲେ ୨୦୦୯ ମସିହା ରେ ୪୪୩୨୬ ଭୋଟ ପାଇଁ ସ୍ୱର୍ଗତ ଜଗବନ୍ଧୁ ମାଝୀ ବିଜୟ ହୋଇଥିଲେ ପରେ ୨୪ ସେପ୍ଟେମ୍ବର ୨୦୧୧ ମସିହାରେ ରାଇଘର ବ୍ଲକ ଗୋନା ଠାରେ ଜମି ପଟ୍ଟା ବଣ୍ଟନ କରୁଥିବା ସମୟରେ ମାଓବାଦୀଙ୍କ ଗୁଳିରେ ସ୍ୱର୍ଗତ ଜଗବନ୍ଧୁ ମାଝୀ ମୃତୁ୍ୟ ବରଣ କରିବା ପରେ ଉପନିର୍ବାଚନ ହେବା ପରେ ସ୍ୱର୍ଗତ ଜଗବନ୍ଧୁ ମାଝୀଙ୍କ ଡ୍ରାଇଭର ଭାବେ କାର୍ଯ୍ୟରତ ସୁବାସ ଗଣ୍ଡଙ୍କୁ ବିଜେଡି ପକ୍ଷରୁ ଟିକଟ ମିଳିବା ପରେ ସୁବାସ ଗଣ୍ଡ ବିଜୟ ହୋଇଥିଲେ ପରେ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ସୁବାସ ଗଣ୍ଡ ୫୦୫୦୦ ଭୋଟ, ବିଜେପି ପକ୍ଷରୁ ନିତ୍ୟାନନ୍ଦ ଗଣ୍ଡ ୨୧୩୫୧ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ଜତୀନ୍ଦ୍ର ନାଥ ଗଣ୍ଡ ୩୯୯୭୮ ଭୋଟ ପାଇଥିଲେ ଫଳରେ ବିଜେଡି ପ୍ରାର୍ଥୀ ସୁବାସ ଗଣ୍ଡ ପୁଣି ବିଜୟ ହୋଇଥିଲେ ପରେ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁବାସ ଗଣ୍ଡ ୪୯୯୭୩, ବିଜେପି ପକ୍ଷରୁ ନିତ୍ୟାନନ୍ଦ ଗଣ୍ଡ ୫୯୮୯୫ ଓ କଂଗ୍ରେସ ପ୍ରାର୍ଥିନୀ ଯଶୋଦା ଗଣ୍ଡ ୩୨୩୪୩ ଭୋଟ ପାଇ ବିଜେପି ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ବିଜୟ ହୋଇଥିଲେ ।୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପଦର୍ଶନ କରିବା ଫଳରେ ୬ ଟି ଜୋନ୍ ମଧ୍ୟରୁ ବିଜେପି ୫ଟି ସିଟ ଓ ବିଜେଡି ଗୋଟିଏ  ଅକ୍ତିଆର କରିଥିଲା କିନ୍ତୁ ୨୦୨୨ ନିର୍ବାଚନ ରେ ବିଜେଡି ଭଲ ପ୍ରଦର୍ଶନ କରି  ୬ଟିରୁ ୬ଟି ବିଜେଡି ହାତକୁ ଆସିଥିଲା । ସେହିପରି ୨୦୧୪ ନିର୍ବାଚନର କଂଗ୍ରେସ ପ୍ରାର୍ଥୀ ହୋଇଥିବା ଯତୀନ୍ଦ୍ର ନାଥ ଗଣ୍ଡ ଓ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥିନୀ ଯତୀନ୍ଦ୍ର ନାଥ ଗଣ୍ଡ ସ୍ତ୍ରୀ ଯଶୋଦା ଗଣ୍ଡ ଏବେ କଂଗ୍ରେସ ଦଳ ଛାଡି  ବିଜେଡିରେ ଯୋଗଦେଇଛନ୍ତି । ୨୦୨୨ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ରେ ବିଜେଡିର ଭଲ ପ୍ରଦର୍ଶନ ଫଳରେ ଦେଖିବାକୁ ଗଲେ ବିଜେଡିର ହାତ ମୁଠା ଟାଣ ଅଛି କିନ୍ତୁ ବିଜେଡ଼ିରେ ନବୀନା ନାୟକଙ୍କୁ ପ୍ରାର୍ଥୀ ଘୋଷଣା ପରେ ଦଳ ମଧ୍ୟରେ ଗୋଷ୍ଠି କନ୍ଦଳ ସାମ୍ନାକୁ ଆସିଛି ।
ଅନ୍ୟପକ୍ଷ ରେ ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଉମରକୋଟର ଯେଉଁ ସବୁ ସମସ୍ୟା ଗୁଡିକ ଥିଲା ସେ ସବୁର ସମାଧାନ କିପରି ହେବ ସେ ସବୁକୁ ନେଇ ମୁଁ ବିଧାନସଭାରେ ଉପସ୍ଥାପନା କରିଛି ଲୋକ ଜାଣିଛନ୍ତି ଯେ, ଯଦି ଉମରକୋଟର ସମସ୍ୟା ଗୁଡାକ କିଏ ବିଧାନସଭାରେ ପ୍ରଶ୍ନ କରିଛି ଆଉ କାମ କରିଛି ସେସବୁକୁ ନେଇ ଲୋକ ବିଚାର କରିବେ ଆଉ ପୂର୍ବ ନିର୍ବାଚନରେ ଯେମିତି ମୋତେ ଆଶୀର୍ବାଦ କରିଥିଲେ । ଚଳିତ ନିର୍ବାଚନରେ ମଧ୍ୟ ମୋତେ ଜନସାଧାରଣ ଆଶୀର୍ବାଦ କରିବେ ଆଉ ଭାରତୀୟ ଜନତା ପାର୍ଟି ହିଁ ବିଜୟ ଲାଭ କରିବ ବୋଲି କହିଛନ୍ତି ନିତ୍ୟାନନ୍ଦ ଗଣ୍ଡ । ଅନ୍ୟପକ୍ଷରେ ବିଜୁ ଜନତା ଦଳର ପ୍ରାର୍ଥିନୀ ନବୀନା ନାୟକ କହିଛନ୍ତି ଆମେ ନିର୍ବାଚନ ପାଇଁ ପୁରା ପ୍ରସ୍ତୁତ ଅଛୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ସବୁ ବିକାଶ ମୂଳକ ଯୋଜନା ଲୋକଙ୍କ ପାଖରେ ପହଞ୍ଚିଛି । ଯେପରି ୫ଟିରେ ବିଭିନ୍ନ ସ୍କୁଲ ହସ୍ପିଟାଲ ଓ ଆମ ଓଡିଶା ନବୀନ ଓଡିଶାରେ ରୋଡ଼ ରାସ୍ତା ମନ୍ଦିରରୁ ଆରମ୍ଭ କରି ମସଜିତ ଗୋଷ୍ଠୀ ଗୃହ ସବୁ ପ୍ରକାର ସମସ୍ୟାରେ ସମାଧାନ କରାଯାଇଛି ସେହି ମୁଦା ନେଇକି ଆମେ ଲୋକଙ୍କ ପାଖରେ ଯିବୁ ଏବଂ ନିଶ୍ଟିତ ଭାବରେ ବିଜୁ ଜନତା ଦଳ ବିଜୟ ଲାଭ କରିବ ବୋଲି କହିଛନ୍ତି ନବୀନା । କଂଗ୍ରେସ ପ୍ରାର୍ଥୀ ସନରାଜ ଗଣ୍ଡ କହିଛନ୍ତି ଉମରକୋଟ ନିର୍ବାଚନ ମଣ୍ଡଳୀ ବିଭିନ୍ନ ଅସୁବିଧା ରହିଛି ବ୍ଲଡ଼ ବେଙ୍କ ସବଡ଼ିଭିଜନ ମାନ୍ୟତା ରାସ୍ତା ଡାକ୍ତର ସମସ୍ୟା ଏଭଳି ବିଭିନ୍ନ ସମସ୍ୟା ରହିଛି ସେ ସବୁ ସମସ୍ୟାରେ ସମାଧାନ କରିବୁ ଏବଂ ଲୋକଙ୍କ ମଧ୍ୟରେ ଆଶା ବିଶ୍ୱାସ ଭରସା ରହିଛି ଏଥର ସନରାଜ ଗଣ୍ଡକୁ ଭୋଟ ଦେଲେ ହିଁ ବିକାଶ ହେଇପାରିବ ବୋଲି ଲୋକ ଜାଣିସାରିଲେଣି ଆଉ ଏଥର କଂଗ୍ରେସ ହିଁ ବିଜୟ ଲାଭ କରିବ ବୋଲି କହିଛନ୍ତି ସନରାଜ । ବିଜେଡି ପ୍ରାର୍ଥୀନି ନବୀନା ନାୟକଙ୍କର ଗୋଷ୍ଠୀ କନ୍ଦଳ ଥିଲେ ମଧ୍ୟ ସେ ସଜାଡ଼ିବାରେ ସକ୍ଷମ ହୋଇ ସମସ୍ତ ଅସନ୍ତୁଷ୍ଟକୁ ଏକତ୍ରିତ କରିବାରେ ସକ୍ଷମ ହୋଇଛନ୍ତି । ବର୍ତ୍ତମାନର ପରିସ୍ଥିତି ସମୂର୍ଣ୍ଣ ବଦଳି ଥିବାର ପରିଲକ୍ଷିତ ହୋଇଛ