ବାଲ୍ୟ ବିବାହ ନିଷେଧ ଅଧିନିୟମ ପ୍ରଶିକ୍ଷଣ  

 ଯାଜପୁର : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କ ସଂଯୋଜନାରେ କାର୍ଯ୍ୟ କରୁଥିବା ଅଂଶୀଦାର ସମୂହଙ୍କ ନିମନ୍ତେ ବାଲ୍ୟବିବାହ ନିଷେଦ୍ଧ ଅଧିନିୟମ ୨୦୦୬ ସମ୍ପର୍କରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲାପ୍ରଶାସନର ମିଳିତ ସହଯୋଗ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପାର୍ବତୀ ସାହୁ, ଶିଶୁମଙ୍ଗଳ କମିଟିର ଅଧକ୍ଷା ରେକ୍ସନା ଜେନା ଯୋଗଦେଇ ଅଙ୍ଗନବାଡି କେନ୍ଦ୍ରରେ ଆଦଭିକା କାର୍ଯ୍ୟକ୍ରମରେ ଭଗନେଇଥିବା କିଶୋର କିଶୋରୀ ଓ ସଖି-ସହେଲି ସେହି ଗ୍ରାମରେ ବାଲ୍ୟ ବିବାହ ଆଗାମୀ ଦିନରେ ରୋକି ପାରିବେ । ଯେଉଁମାନେ ବାଲ୍ୟ ବିବାହ ସଫଳ ଭାବେ ରୋକିବେ ଓ ସମ୍ପୃକ୍ତ ଶିଶୁଙ୍କୁ ସୁରକ୍ଷା ଓ ଥଇଥାନ ପାଇଁ ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନ କରିବେ ସେମାନଙ୍କୁ ସମ୍ମାନିତ କରାଯିବ । ଅକ୍ଷୟ ତୃତୀୟା ଦିବସରେ ଅନେକ ବିବାହ ଅନୁଷ୍ଠିତ ହୋଇଥାଏ । ବ୍ଲକ ସ୍ତରରେ, ପଂଚାୟତ ଓ ଗ୍ରାମସ୍ତରରେ ବାଲ୍ୟ ବିବାହ ରୋକିବା ପାଇଁ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ଜାରି ରଖିବେ । ଏତଦଭିନ୍ନ ପ୍ରତ୍ୟକ ପଂଚାୟତ ସ୍ତରରେ ପଂଚାୟତ ନିର୍ବାହୀ ଅଧିକାରୀ ଅତିରିକ୍ତ ଭାବେ ସରକାରଙ୍କ ଦ୍ୱାରା ବାଲ୍ୟ ବିବାହ ନିଷେଧ ଅଧିକାରୀ ଭାବେ ମନୋନୀତ ହୋଇଥିବେ ଏବଂ ଅଧିକାରୀଙ୍କୁ ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଓ ହଷ୍ଟେଲ ପରିଚାଳିକା ବାଲ୍ୟବିବାହା ସମ୍ପର୍କରେ ଆଗୁଆ ସୂଚନା/ତଥ୍ୟ ପ୍ରଦାନ କରିବେ ।. ଶିଶୁ ମଙ୍ଗଳ କମିଟି ସଦସ୍ୟ ଜୟନ୍ତ ଗୋସ୍ୱାମୀ ଓ ତୃପ୍ତି ଜେନା ଯୋଗଦେଇ ଯତ୍ନ ସୁରକ୍ଷା ଲୋଡୁଥିବା ପ୍ରତ୍ୟକ ଶିଶୁ ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପିତ କରିବାର ଆବଶ୍ୟକତା ରହିଥିବା ଦର୍ଶାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଇନ ଅଧିକାରୀ ତୃପ୍ତିମୟୀ ପଣ୍ଡା, ସୁରକ୍ଷା ଅଧିକାରୀ ସୁନନ୍ଦା ଦାସ, କାର୍ଯ୍ୟକ୍ରମ ଅଧିକାରୀ ସରୋଜିନୀ ଦାସ, ସିଡିପିଓ ଶାନ୍ତିଲତା ସେଠି, ମହିଳା ହବର ଜିଲ୍ଲା ସଂଯୋଜକ ପ୍ରଭାତ ଘଡେଇ, ରୁଚିକାର ଶୁଭସ୍ମିତା ମହାନ୍ତି ଓ ରବୀନ୍ଦ୍ର ପାଠକ, ଟାଟା ଷ୍ଟିଲର ବିଶ୍ୱ ଭୂଷଣ ଦ୍ୱିବେଦି, ସ୍ୱେଚ୍ଛାସେବୀ ମଣ୍ଟୁ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଶିଶିର ମଲ୍ଲିକ, ମିହିର ଜେନା, ରବୀନ୍ଦ୍ର ସେଠି, ସତ୍ୟ ବେହେରା, ପ୍ରମିଳା ସାହୁ ଓ ସରୋଜ ପରିଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାଳିପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।