"ମାତୃଭାଷାରେ ଶାସନର ଆବଶ୍ୟକତା ରହିଛି'
ଭୁବନେଶ୍ୱର : ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ଭାଷା ଆନେ୍ଦାଳନର ଦୀର୍ଘ ଦିନର ଚେଷ୍ଟା ଫଳରେ ଓଡ଼ିଆ ଭାଷା ସରକାରୀ ଭାଷା ହେବା ପାଇଁ ପଥ ପରିଷ୍କାର ହୋଇଥିଲା । ପରବର୍ତ୍ତୀ ସମୟରେ ଭାଷା ଆନେ୍ଦାଳନ ଓଡିଶା, ଓଡ଼ିଆ ଭାଷାର ସୁରକ୍ଷା ସହିତ ଦେଶୀଆ ଭାଷା ଗୁଡିକର ସୁରକ୍ଷା ପାଇଁ କାମ ଆରମ୍ଭ କରିଥିଲା । ଏପରିକି ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟତା ପାଇଁ ମଧ୍ୟ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି । ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ "ଓଡ଼ିଶା" ଭୂଖଣ୍ଡ ହୋଇଥିବାବେଳେ ଓଡ଼ିଶାରେ ଅନ୍ୟ ଦେଶିଆ ଭାଷା ଗୁଡିକର ସୁରକ୍ଷା ମଧ୍ୟ ଆମର ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ । ଏହି ଅବସରାରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଏବଂ ଉକôଳ ସାମ୍ବାଦିକ ସଂଘ ସହଯୋଗରେ "ଗଣତନ୍ତ୍ର ପାଇଁ ମାତୃଭାଷାରେ ଶାସନର ଆବଶ୍ୟକତା' ବିଷୟ ଉପରେ ଉକôଳ ସାମ୍ବାଦିକ ସଂଘ ସମ୍ମିଳନୀ କକ୍ଷରେ ଏକ ସାରଗର୍ଭକ ଆଲୋଚନା ହୋଇଥିଲା ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟତା ପ୍ରଦାନ ପାଇଁ ମନ୍ତ୍ରୀଙ୍କ ନିକଟରେ ରଖିବା ପୂର୍ବରୁ ସେ ସମ୍ପର୍କିତ ନଥି ଏବଂ ପଦ୍ଧତିକୁ ବ୍ୟପାକ ଭାବେ କାର୍ଯ୍ୟ କରିବା ଆଲୋଚନରେ ବକ୍ତାମାନେ ଆଲୋଚନା କରିଥିଲେ । ଗଣତନ୍ତ୍ରରେ ମାତୃଭାଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ତାହା ତୁରନ୍ତ ସରକାର ପଦକ୍ଷେପ ନିଅନ୍ତୁ ବୋଲି ମତପ୍ରକାଶ ପାଇଥିଲା । ତେଣୁ ସମସ୍ତେ ବନେ୍ଦ ଉକôଳ ଜନନୀକୁ ସମ୍ମାନ ଦେବା ବିଧେୟ । ଏହି ପରିପ୍ରେକ୍ଷୀରେ ଭାଷା ଆନେ୍ଦାଳନ ଓଡିଶା ତାର ଆଗାମୀ ଦିନର କାର୍ଯ୍ୟକ୍ରମ ଗୁଡିକ ସ୍ଥିରୀକୃତ କରିଥିଲା । ଏହି ଉସôବରେ ଭାଷା ଆନେ୍ଦାଳନ ଓଡ଼ିଶାର ସଭାପତି ଜାନକୀଷ ବଡ଼ପଣ୍ଡା ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ଉକôଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୂଷଣ କର ଯୋଗଦେଇ ଭାଷା ପାଇଁ ଗଣ ଓ ଗଣମାଧ୍ୟମର ଭୂମିକା ଉପରେ ବେଶ ଗୁରୁତ୍ୱ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ସମ୍ବଲପୁର ଭାଷା ଆନେ୍ଦାଳନର ଅଧ୍ୟକ୍ଷ ଡ଼ ଗିରିଜା ଶଙ୍କର ଶର୍ମା, ପ୍ରଗତିବାଦୀର ପରିଚାଳନା ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ଓଡ଼ିଆ ଭାଷା ପାଇଁ ଭାଷା ଆନେ୍ଦାଳନର ଅବଦାନକୁ ଓଡିଶାବାସୀ ଭୁଲିପାରିବେ ନାହିଁ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱରାଜ ନାୟକ ,ସାଗର ଶତପଥୀ, ଡମ୍ବୁରଧର ହରଣସିଂହ, ଜଗନ୍ନାଥ ପରିଛା, ଅମରେନ୍ଦ୍ର ମହାପାତ୍ର, ରବୀନ୍ଦ୍ର ବିଶ୍ୱାଳ, ହୀରାଲାଲ ନାୟକ, ଲିଙ୍ଗରାଜ ସାହୁ, ଅଂଶୁମାନ ଦାସ, ଅରବିନ୍ଦ ତ୍ରିପାଠୀ, ରମେଶ ମହାପାତ୍ର, ନଗେନ ନାୟକ ପ୍ରମୁଖ ଯୋଗଦେଇ ମତ ରଖିଥିଲେ । ଭାଷା ଆନେ୍ଦାଳନ ଓଡ଼ିଶାର ଆବାହକ ପବିତ୍ର ମହାରଥା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଶେଷରେ ଭାଷା ଆନେ୍ଦାଳନର ଉପ ସଭାପତି ସାରଦା ପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।